ଦିଦିଙ୍କୁ ନବୀନଙ୍କ ଶୁଭେଚ୍ଛା

ପଶ୍ଚିମବଙ୍ଗରେ ଟିଏମସିର ହ୍ୟାଟ୍ରିକ ବିଜୟ ପରେ ମମତାଙ୍କ ସହ ଫୋନରେ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଦିଙ୍କୁ ବିଜୟ ପାଇଁ ଶୁଭେଚ୍ଛା ଜଣାଇଲେ ନବୀନ। ପଶ୍ଚିମବଙ୍ଗରେ ବିଜୟର ହ୍ୟାଟ୍ରିକ ସହ ୨୧୩ ଆସନ ଅକ୍ତିଆର କରିଛି ଦିଦିଙ୍କ ଦଳ ଟିଏମସି। ମମତା ବାନାର୍ଜୀଙ୍କୁ ଶୁଭେଚ୍ଛା ଜଣାଇବା ନେଇ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ମମତାଙ୍କ ବିଜୟ ପରେ ତାଙ୍କୁ ଅନେକ ଆଡୁ ଶୁଭେଚ୍ଛାର ସୁଅ ଛୁଟିଛି । ସୋମବାର ସକାଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମମତାଙ୍କ ସହ ଫୋନ୍ ଯୋଗେ କଥା ହୋଇ ଶୁଭେଚ୍ଛା ଜଣାଇଛନ୍ତି । ପଶ୍ଚିମବଙ୍ଗରେ ୨୧୩ ଆସନ ଅକ୍ତିଆର କରିଛି ଟିଏମସି।ଟିଏମସି ଏକାକୀ ୨୧୩ଟି ସ୍ଥାନରେ ବାଜିମାତ କରି ସରକାର ଗଠନ କରିବାକୁ ବହୁମତ ହାସଲ କରିଛି। ବିଜେପି ମାତ୍ର ୭୬ଟି ଆସନ ହାସଲ କରିଛି । ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୧୪୭ ରହିଥିଲା।ବିଜେପି ୨୦୧୬ରେ ମାତ୍ର ୩ଟି ଆସନରେ ସୀମିତ ଥିଲା। ଏଥର ଦଳ ସାମାନ୍ୟ ଭଲ ପ୍ରଦର୍ଶନ କରିଛି। କିନ୍ତୁ ଦଳ ଯେଉଁଭଳି ମାରଥନ ପ୍ରଚାର କରୁଥିଲା ଓ ସବୁ କଳବଳ କୌଶଳ ଆପଣାଇଥିଲା, ତା’କୁ ଦେଖିଲେ ବିଜେପିକୁ ବେଙ୍ଗଲ ରେଜଲ୍ଟ ଶକ୍ତ ଝଟକା ଦେଇଛି ବୋଲି ରାଜନୀତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି।

ହେଲେ ନନ୍ଦିଗ୍ରାମରେ ଶୁଭେନ୍ଦୁ ଅଧିକାରୀଙ୍କଠାରୁ ହାରିଛନ୍ତି ମମତା ।ନନ୍ଦିଗ୍ରାମ ଭୋଟଗଣତି ନେଇ ନିର୍ବାଚନ କମିଶନଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ମମତା । କହିଛନ୍ତି, କମିଶନଙ୍କ ପକ୍ଷପାତିତା ବିରୋଧରେ ସେ କୋର୍ଟ ଯିବେ । ସେପଟେ ନନ୍ଦିଗ୍ରାମରେ ପୁଣି ଥରେ ଭୋଟଗଣତି ପାଇଁ ତୃଣମୂଳ କଂଗ୍ରେସର ଅନୁରୋଧକୁ ନିର୍ବାଚନ କମିଶନ ଖାରଜ କରିଦେଇଛନ୍ତି ।

Comments (0)
Add Comment