ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଗଜପତି ଭେଟିଛନ୍ତି । ଉଭୟଙ୍କ ମଧ୍ୟରେ ସୌଜନ୍ୟମୂଳକ ସାକ୍ଷାତ ହୋଇଥିବା ଜଣାପଡିଛି । ଏହି ସାକ୍ଷାତ ସମୟରେ ଶ୍ରୀମନ୍ଦିର ପରିକ୍ରମା ଯୋଜନା, ପୁରୀରେ ଉନ୍ନୟନମୂଳକ କାମ ନେଇ ଆଲୋଚନା କରାଯାଇଥିବା ସୂଚନା ମିଳିଛି । ଗଜପତିଙ୍କୁ ଭେଟିବା ପରେ ଟ୍ବିଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ବିଟ୍ ରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ‘ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବଙ୍କ ସହ ସାକ୍ଷାତ ମୋ ପାଇଁ ସବୁବେଳେ ଏକ ସ୍ବତନ୍ତ୍ର ମୁହୂର୍ତ୍ତ। ମହାପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କୁ ସର୍ବଦା ସୁସ୍ଥ ଓ ନିରୋଗ ରଖିଥାନ୍ତୁ।’