ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ । ନିଜ ସ୍ୱାସ୍ଥ୍ୟବସ୍ଥା ନେଇ ଉଠିଥିବା ଗୁଜବ ଉପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ । ଯେବେ ଯେବେ ନିର୍ବାଚନ ଆସେ ଏମିତି ଗୁଜବ ଉଠେ ବୋଲି ସେ କହିଛନ୍ତି । ନିର୍ବାଚନ ଆସିଲେ ମୋ ସ୍ୱାସ୍ଥ୍ୟାବସ୍ଥା ନେଇ ଏମିତି ଗୁଜବ କରାଯାଏ । ମୁଁ ସମ୍ପୂର୍ଣ୍ଣ ଫିଟ୍ ଅଛି, ରାଜ୍ୟବାସୀଙ୍କ ସେବାରେ ଅଛି ଏବଂ ବହୁତ ଖୁସି ଅଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ନିର୍ବାଚନ ବେଳେ ଏପରି ଗୁଜବ ହେଲେ ବିଜେଡି ଭଲ ପ୍ରଦର୍ଶନ କରେ । କରେନାକୁ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । କରୋନା ଏବେ ବି ଅଛି । ତେଣୁ ଗାଇଡ୍ଲାଇନ୍ ମାନନ୍ତୁ ଏବଂ ମାସ୍କ ପିନ୍ଧନ୍ତୁ ବୋଲି ସେ ଲୋକଙ୍କୁ ନିବେଦନ କରିଛନ୍ତି । ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବା ସହ ମନ୍ଦିର ବେଢା ବୁଲିଲେ । ଏହାସହ ସେ ସେବାୟତମାନଙ୍କ ସହ ଆଲୋଚନା ମଧ୍ୟ କରିଥିଲେ ।