ଦେଶରେ ଓ ରାଜ୍ୟରେ କରୋନାର ଭୟାବହ ସ୍ଥିତି ଉପୁଜିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଟ୍ରିକ ପରୀକ୍ଷା ନେଇ ବଡ଼ ଘୋଷଣା କରିବେ । ମାଟ୍ରିକ ଓ ଦ୍ୱାଦଶ ପରୀକ୍ଷାକୁ ନେଇ ବଡ଼ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ । ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଏନେଇ ସୂଚନା ଦେଇଛନ୍ତି ।
ଗତକାଲି ସିବିଏସଇ ଦଶମ ବୋର୍ଡ ପରୀକ୍ଷା ବାତିଲ ସହ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସ୍ଥଗିତ କରିବାକୁ ନିଷ୍ପତି ନେଇଥିଲେ କେନ୍ଦ୍ର ସରକାର । ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଥିବା କହିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ।ତେଣୁ ରାଜ୍ୟ ସରକାର ମଧ୍ୟ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାବଦରେ ବଡ ନିଷ୍ପତି ନେଇପାରନ୍ତି ।
ରାଜ୍ୟରେ କରୋନା ସ୍ଥିତି ଖରାପ ଆଡକୁ ଗତି କରୁଛି । ଦୈନିକ ସଂକ୍ରମଣ ୩ ହଜାର ପାଖାପାଖି ପହଚିଂଛି । କରୋନା ନେଇ ସ୍କୁଲ ବନ୍ଦ ଥିବା କେବେଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବା ସହ ରବିବାର ମଧ୍ୟ କ୍ଲାସ କରାଯାଇଥିଲା । ତେବେ ଏବେ ରାଜ୍ୟରେ ଯେପରି ସଂକ୍ରମଣ ବଢୁଛି,ଏହାକୁ ନଜର ରଖି ମାଟ୍ରିକ ଓ ଦ୍ୱାଦଶ ପରୀକ୍ଷା ନେଇ ବଡ଼ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ ।