ମିଶନ ୨୦୨୪ ପାଇଁ ବିଜେଡିର ମାନସ ମନ୍ଥନ

ମିଶନ ୨୦୨୪ ପାଇଁ ବିଜେଡିର ମାନସ ମନ୍ଥନ । ୨୦୨୪ ସାଧାରଣ ନିର୍ବାଚନ ପାଇଁ ନବୀନ ନିବାସରେ ଆରମ୍ଭ ହେଲା ସାଂଗଠନିକ ସ୍ତରର ବୈଠକ । ଆସନ୍ତା ସୋମବାର ଯାଏଁ ପର୍ୟ୍ୟାୟକ୍ରମେ ନବୀନ ନିବାସରେ ଚାଲିବ ଏହି ବୈଠକ । ଗତ ପଂଚାୟତ ଓ ପୌର ନିର୍ବାଚନରେ ଦଳର ପ୍ରଦର୍ଶନକୁ ନେଇ ବୈଠକରେ ଆଲୋଚନା ହୋଇଥିଲା । ତା’ଛଡ଼ା ଆଗାମୀ ଦିନରେ ଦଳ କିପରି ପ୍ରସ୍ତୁତ କରିବ, ସେନେଇ ମଧ୍ୟ ପର୍ୟ୍ୟବେକ୍ଷକଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ ।
୯ଟି ଜିଲ୍ଲାର ପର୍ୟ୍ୟବେକ୍ଷକ ଓ ବରିଷ୍ଠ ପର୍ୟ୍ୟବେକ୍ଷକଙ୍କୁ ନେଇ ହୋଇଛି ମାନସ ମନ୍ଥନ । ଏହି ଜିଲ୍ଲା ଗୁଡ଼ିକ ହେଲେ କୋରାପୁଟ, ମାଲକାନଗିରି, କେନ୍ଦ୍ରାପଡ଼ା, ବାଲେଶ୍ୱର, ନୟାଗଡ଼ ଅନୁଗୁଳ, ନବରଙ୍ଗପୁର, ଢେଙ୍କାନାଳ, ସୁନ୍ଦରଗଡ଼ । କୋରାପୁଟ ଓ ମାଲକାନଗିରିର ପର୍ୟ୍ୟବେକ୍ଷକ ଦାୟିତ୍ୱରେ ରହିବେ ଚନ୍ଦ୍ରସାରଥୀ ବେହେରା । ସେହିପରି ଦେବାଶିଷ ସାମନ୍ତରାୟ କେନ୍ଦ୍ରାପଡ଼ା, ଅତନୁ ସବ୍ୟସାଚୀ ନାୟକ ବାଲେଶ୍ୱର, ପଦ୍ମନାଭ ବେହେରା ନୟାଗଡ଼, ପ୍ରଶାନ୍ତ ମୁଦୁଲି ଅନୁଗୁଳ, ତୁଷାରକାନ୍ତି ବେହେରା ନବରଙ୍ଗପୁର, ବିଜୟ ନାୟକ ଢେଙ୍କାନାଳ ଓ ପ୍ରୀତିରଂଜନ ଘଡେଇ ସୁନ୍ଦରଗଡ଼ର ପର୍ୟ୍ୟବେକ୍ଷକ ରହିବେ ।

Comments (0)
Add Comment