ମାଓବାଦୀଙ୍କ କବଜାରେ ଥିବା ଯବାନଙ୍କ ଆସିଲା ଫଟୋ । ମାଓବାଦୀ ମାନେ ଯବାନ ରାକେଶ୍ୱର ସିଂହ ମାନହାସଙ୍କ ପାଖରେ ରଖିଥିବା ଦେଖିବାକୁ ମିଳିଛି। ବେ ରାକେଶ୍ୱରଙ୍କୁ ଛାଡ଼ିବା ଲାଗି ମାଓବାଦୀମାନେ ମଧ୍ୟସ୍ଥ ଦେବାକୁ କହିଛନ୍ତି।ବେ ରାକେଶ୍ୱରଙ୍କୁ ଛାଡ଼ିବା ଲାଗି ମାଓବାଦୀମାନେ ମଧ୍ୟସ୍ଥ ଦେବାକୁ କହିଛନ୍ତି।
ଯବାନ ରାଜେଶ୍ୱର ସିଂହଙ୍କୁ ଛାଡ଼ିବା ପାଇଁ ସରକାର ମଧ୍ୟସ୍ଥଙ୍କ ନାଁ ଘୋଷଣା କରିବାକୁ କହିଛନ୍ତି ମାଓବାଦୀ। ଛତିଶଗଡ଼ରେ ମାଓ ହମଲା ପରେ ଜମ୍ମୁର ଯବାନ ରାଜେଶ୍ୱର ନିଖୋଜ ହୋଇଯାଇଥିଲେ । ତେବେ ତାଙ୍କୁ ମାଓବାଦୀମାନେ ବନ୍ଧକ ରଖିଛନ୍ତି । ଅପହୃତ ଯବାନଙ୍କ ଦେହରେ ଗୁଳି ବାଜିଛି । ତାଙ୍କର ଚିକିତ୍ସା କରାଯାଉଥିବା ବେଳେ ଦୁଇ ଦିନ ମଧ୍ୟରେ ମାଓମାଦୀ ତାଙ୍କୁ ଛାଡ଼ିଦେବେ ବୋଲି ସୂଚନା ଦେଇଛନ୍ତି।ଏପଟେ ପରିବାର ଲୋକେ ତାଙ୍କ ଅପେକ୍ଷାରେ ଅଛନ୍ତି । ଦୁଃଖରେ ଭାଙ୍ଗି ପଡିଛି ରାକେଶଙ୍କ ପୂରା ପରିବାର । ତୁରନ୍ତ ସରକାର ଏ ଦିଗରେ କିଛି ଠୋସ୍ ପଦକ୍ଷେପ ନେବାକୁ ଦାବି କରିଛନ୍ତି ପରିବାର ଲୋକେ ।
ବିଜାପୁର ଏବଂ ସୁକୁମା ଜିଲ୍ଲା ସୀମାରେ ଶନିବାର ମାଓବାଦୀ ଆକ୍ରମଣ କରିଥିଲେ। ଏଥିରେ ୨୨ ଯବାନ ସହିଦ ହୋଇଛନ୍ତି। ୩୦ ଯବାନ ଆହତ ହୋଇଛନ୍ତି। ରବିବାର ଗୃହମନ୍ତ୍ରୀ ଅମିତ ଶାହ ଏହାକୁ ନେଇ ଉଚ୍ଚ ସ୍ତରୀୟ ବୈଠକ କରିଥିଲେ। ତେବେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇ କୁଲଦୀପ ସିଂହ କହିଥିଲେ, ୨୫ରୁ ୩୦ ନକ୍ସଲ ଏନକାଉଣ୍ଟରରେ ପ୍ରାଣ ହରାଇଛନ୍ତି। ମୃତ ନକ୍ସଲଙ୍କୁ ନେବା ପାଇଁ ତିନୋଟି ଟ୍ରାକ୍ଟର ବ୍ୟବହାର କରାଯାଇଛି।