ନୟାଗଡ: କୁନି ଝିଅକୁ ମାରିଲା କିଏ?

ନୟାଗଡ ଜିଲ୍ଲାରେ ଚାଂଚଲ୍ୟ । ନିଖୋଜ ଶିଶୁ କନ୍ୟାକୁ ହତ୍ୟା । ଅତି ବୀଭତ୍ସ ଭାବେ ଶିଶୁ କନ୍ୟାକୁ ହତ୍ୟା କରାଯାଇଛି । ଗାଁ ନିକଟସ୍ଥ ଜଙ୍ଗଲରୁ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ମୁଣ୍ଡ ଓ ଗଣ୍ଡି ଅଲଗା ଅଲଗା ପଡିଥିବା ସ୍ଥାନରୁ ଉଦ୍ଧାର କରିଛି ପୁଲିସ । ତେବେ ଏତେ ଛୋଟ ଝିଅକୁ କିଏ ଓ କାହିଁକି ମାରିଲା ସେ ନେଇ ଆରମ୍ଭ ହୋଇଛି ଛାନଭିନ ।

ନୟାଗଡ ବାଣିଗୋଛା ଥାନା ଅଧୀନସ୍ଥ ନୂଆଗାଁ ପଂଚାୟତର ଧୁନ୍ଦୁଗାଡ଼ିଆ ଗାଁର ୬ ବର୍ଷର ଶିଶୁ କନ୍ୟାକୁ ହତ୍ୟା ଅଭିଯୋଗ । ୫ ଦିନ ହେବ ଶିଶୁକନ୍ୟାଟି ନିଖୋଜ ଥିଲା । ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଶିଶୁ କନ୍ୟାଟି ନିଖୋଜ ହୋଇଯାଇଥିଲା । ଏହାପରେ ଯେତେ ଖୋଜାଖୋଜି ପରେ ବି ଶିଶୁକନ୍ୟାକୁ ପାଇନଥିଲେ । ୫ ଦିନ ପରେ ଶିଶୁ କନ୍ୟାଟିର ମୃତଦେହ ଗାଁ ନିକଟସ୍ଥ ଜଙ୍ଗଲରୁ ଉଦ୍ଧାର କରାଯାଇଛି । ପୋଲିସ, ସାଇଂଟିଫିକ୍ ଟିମ୍ ଜଙ୍ଗଲ ଠାରୁ ଆରମ୍ଭ କରି ପୋଖରୀ, ନାଳ ସବୁଠି ଖୋଜା ଖୋଜି କରିଥିଲେ । ହେଲେ କେଉଁଠି ପାଇନଥିଲେ ।
ଏହି ଘଟଣାରେ ପୁଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ସେମାନଙ୍କ ସୂଚନା ଆଧାରରେ ଏକ ଜଙ୍ଗଲରୁ ଶିଶୁକନ୍ୟାର ମୃତଦେହ ଉଦ୍ଧାର କରାଯାଇଛି । ତେବେ ପିଲାଟିର ମୁଣ୍ଡ ଓ ଗଣ୍ଡିକୁ ଭିନ୍ନ ଭିନ୍ନ ସ୍ଥାନରୁ ଜବତ କରାଯାଇଛି । ତେବେ ୬ ବର୍ଷର କୁନି ଝିଅକୁ ଏଭଳି ବୀଭତ୍ସ ଭାବେ ହତ୍ୟାକୁ ନେଇ ସହରରେ ଚାଂଚଲ୍ୟ ଖେଳିଯାଇଛି ।

Comments (0)
Add Comment