‘ପରୀ’ ମୃତ୍ୟୁର କ’ଣ ମୂଲ୍ୟ ନାହିଁ!

‘ପରୀ’ ମୃତ୍ୟୁର କ’ଣ ମୂଲ୍ୟ ନାହିଁ!

ନୟାଗଡ ଯଦୁପୁର ମୁଁ ଝିଅଟିଏ । ମୋର ବି ସ୍ୱପ୍ନ ଥିଲା । ମୁଁ ବଡ଼ ହେବି । ବାପା,ମାଆ ଆଖିର ତାରା ସାଜିଛି । କିନ୍ତୁ ସ୍ୱପ୍ନ ପୂରଣ ହେବା ଆଗରୁ ମୋର ମୃତ୍ୟୁ ହୋଇଗଲା । ମୋତେ କିଏ ମାରିଲା, କଣ ପାଇଁ ମାରିଲା ମୁଁ ଜାଣିନି । ତଦନ୍ତ ଚାଲିଛି ସତ । କିନ୍ତୁ କେବେ ସତ୍ୟ ସାମାନକୁ ଆସିବ ସେ କଥା ବି ଜାଣିନି । ବାପା , ମାଆ ଦୀର୍ଘଦିନ ଧରି ନ୍ୟାୟ ନପାଇବାରୁ ବିଧାନସଭା ଆଗରେ ଆତ୍ମାହୂତି ଉଦ୍ୟମ କଲେ । କିଛି ଏହାକୁ ପୂର୍ବ ପ୍ରାୟୋଜିତ କହିଥିବା ବେଳେ କିଛି କହିଥିଲେ ସରକାରଙ୍କ ତ୍ରୁଟି ଯୋଗୁଁ ଏଭଳି ହୋଇଛି । ଜଣେ ମନ୍ତ୍ରୀଙ୍କ ନାମ ସାମନାକୁ ଆସିଲା ସତ କିନ୍ତୁ ସେ ତଦନ୍ତକୁ ପ୍ରଭାବିତ ନକରିବେ ବୋଲି କେମିତି ବା ଜାଣିବି ।

ମୁଁ ‘ପରୀ’ । ଏବେ ବି ଅଛି । ଯଦୁପୁର ଗାଁରେ । ରାଜନୀତିଆଙ୍କ ରାଜନୀତି ଦେଖୁଛି । ମିଛ ଲୁହର ସମୂଦ୍ର ଦେଖୁଛି । ଗଳା ଫଟା ଚିତ୍କାରରେ ମୋ ଗାଁ କମ୍ପୁଛି । କିନ୍ତୁ ସତରେ କ’ଣ ମୋ କଥା କିଏ ଭାବୁଛି?

ଯଦି ଦିଲ୍ଲୀର ଝିଅ ହୋଇଥାନ୍ତି, ଏତିକି ବେଳକୁ ଦେଶ ଉଠନ୍ତା ପଡନ୍ତା । ମୁଁ ପରା ଯଦୁପୁରର ଝିଅ । ଓଡିଶାର ରାଜଧାନୀରୁ ୯୦ କିଲୋମିଟର ଦୂରରେ ମୁଁ ଜନ୍ମ ହୋଇଥିଲି ।

Comments (0)
Add Comment