ପରୀ ତଦନ୍ତରେ ସନ୍ତୁଷ୍ଟ ନୁହେଁ ଏନସିପିସିଆର

ନୟାଗଡର କୁନି ଝିଅ ପରୀର ମାମଲା ସାରା ରାଜ୍ୟକୁ ଦୋହଲାଇଦେଇଛି । ହେଲେ ଏଯାଏ ପରୀକୁ କିଏ ମାରିଲା ଆଉ କାହିଁକି ତାହା ସ୍ପଷ୍ଟ ହୋଇନି । ଏଭଳି ସମୟରେ ତଦନ୍ତକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ । ଏସଆଇଟି ତଦନ୍ତର ବୈଧତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ । ଏହି ମାମଲାର କୌଣସି ଏକ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦ୍ୱାରା ନିରପେକ୍ଷ ଯାଂଚ କରିବା ପାଇଁ ରାଜ୍ୟ ସରକାରଙ୍କ ସୁପାରିସ କରିଛନ୍ତି ।

ପରୀ ହତ୍ୟାକାରୀ ପାଖରେ ପହଚିଂବା ପାଇଁ ତଦନ୍ତ ଜାରି ରଖିିଛି ରାଜ୍ୟ ସରକାରଙ୍କ ଦ୍ୱାରା ଗଠି ଏସଆଇଟି । ପରୀ ମୃତ୍ୟୁ ପରେ କରାଯାଇଥିବା ପ୍ରାଥମିକ ତଦନ୍ତରେ ତ୍ରୁଟି ଥିବା ଦର୍ଶାଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଏନସିପିସିଆର ।ା କେନ୍ଦ୍ରୀୟ ସଂସ୍ଥା ଦ୍ୱାରା ଯାଂଚ କରିବାକୁ ମୁଖ୍ୟ ଶାସନ ସଚିବ ଚିଠି ଲେଖିଛନ୍ତି । ଅଙ୍ଗ ଚୋରି ଭଳି ସଂଗୀନ ଅଭିଯୋଗ ଥିବାରୁ ମାମଲାର ଭଲ ଭାବେ ତଦନ୍ତ ହେବା ଆବଶ୍ୟକ । ପୁଲିସ ଦ୍ୱାରା କରାଯାଇଥିବା ପ୍ରାଥମିକ ତଦନ୍ତରେ ଅନେକ ତ୍ରୁଟି ରହିଛି । ମୃତଦେହ ଠାବ ପରେ ପରୀ ବାପା ମାଆଙ୍କ ବୟାନ ରେକର୍ଡ କରାନଯିବା ଓ ପଲିଗ୍ରାଫ ଟେଷ୍ଟ ଟିକ ନୁହେଁ । ପ୍ରାଥମିକ ତଦନ୍ତ ତ୍ରୁଟିପୂର୍ଣ୍ଣ ଥିବାରୁ ଏସଆଇଟି ତଦନ୍ତ ନିରପେକ୍ଷ ହେବା ନେଇ ସନ୍ଦେହ ରହିଛି । ଜିଲ୍ଲାପାଳ ଓ ଏସପି କମିସନଙ୍କ ନିକଟରେ ଅସଂପୂର୍ଣ୍ଣ ରିପୋର୍ଟ ଦାଖଲ କରିଛନ୍ତି । ମାମଲାର ଗୁରତ୍ୱ ଦୃ୍‌ଷ୍ଟିରୁ କୌଣସି କେନ୍ଦ୍ରୀୟ ସଂସ୍ଥା ଦ୍ୱାରା ଯାଂଚ କରିବାକୁ ରାଜ୍ୟ ସରକାର ସୁପାରିସ କରନ୍ତୁ । ଯେଉଁ ଅଧିକାରୀ ତଦନ୍ତରେ ତ୍ରୁଟି କରିଛନ୍ତ ିସେମାନଙ୍କ ିବିରୋଧରେ ଦୃଢ ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ରାଜ୍ୟ ସରକାରଙ୍କୁ ଚିଠି କରିଛନ୍ତି । ରୀ ମାମଲାରେ ହସ୍ତକ୍ଷେପ କରିବା ପାଇଁ ନଭେମ୍ବର ୩୦ ତାରିଖରେ ଏନସିପିଆରରେ ଅଭିଯୋଗ କରିଥିଲେ ସମ୍ବିତ ପାତ୍ର ।

ପରୀ ହତ୍ୟାକାଣ୍ଡ ମାମଲାରେ ସନ୍ଦିଗ୍ଧ କଲେଜ ଛାତ୍ର ସରୋଜ ସେଠୀଙ୍କୁ ସକାଳେ ଏସ୍ଆଇ ଟି ଉଠାଇ ନେଇଛି। ସରୋଜଙ୍କ ମା’, ବଡ଼ ଭଉଣୀଙ୍କୁ ମଧ୍ୟ ଏସ୍ଆଇଟି ଉଠାଇନେଇଛି। ତେବେ ସେମାନଙ୍କୁ ନୟାଗଡ଼ରୁ ବାହାରକୁ ଜେରା କିମ୍ବା ଅନ୍ୟ କୌଣସି କାରଣ ପାଇଁ ନିଆ ଯାଇଥିବା ଖବର ମିଳିଛି।

Comments (0)
Add Comment