୨୦୨୨ ନିଟ୍ ପିଜି ପରୀକ୍ଷା ସ୍ଥଗିତ

ସ୍ଥଗିତ ରହିଲା ୨୦୨୨ ନିଟ୍ ପିଜି ପରୀକ୍ଷା । ପରୀକ୍ଷା ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଆସନ୍ତା ମାର୍ଚ୍ଚ ୧୨ ତାରିଖରେ ନିଟ୍ ପିଜି ପରୀକ୍ଷା ହେବାର ଥିଲା । ୬ରୁ ୮ ସପ୍ତାହ ପର୍ୟ୍ୟନ୍ତ ପରୀକ୍ଷା ସ୍ଥଗିତ ରଖାଯାଇଛି । ପରୀକ୍ଷା ସ୍ଥିଗିତ ନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । କାଉନସେଲିଂ ତାରିଖକୁ ନେଇ ବିବାଦ ପାଇଁ ପରୀକ୍ଷା ସ୍ଥଗିତ ରଖାଯାଇଥିବା ଜଣାପଡ଼ିଛି । ପରୀକ୍ଷା ସ୍ଥଗିତକୁ ନେଇ ଛାତ୍ରମାନେ ବହୁ ଦିନ ଧରି ଦାବି କରି ଆସୁଥିଲେ । ଖୁବ୍ ଶୀଘ୍ର ନୂଆ ତାରିଖ ଘୋଷଣା କରାଯିବ ବୋଲି କୁହାଯାଇଛି ।

Comments (0)
Add Comment