ସଂକ୍ରମଣ ବଢୁଥିବା ବେଳେ ପୁଣି ଫେରିଛି କଟକଣା । କରୋନା ପାଇଁ ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ । ବିଭିନ୍ନ କାର୍ୟ୍ୟକ୍ରମରେ ଜନସମାଗମକୁ ନେଇ ରାଜ୍ୟ ସରକାର ନୂଆ ଗାଇଡଲାଇନ୍ ଜାରି କରିଛନ୍ତି । ବାହାଘରରେ ୫୦୦ ବଦଳରେ ଏଣିକି ୨୦୦ ଲୋକଙ୍କୁ ଅନୁମତି । ବାହାଘର ଆୟୋଜକ କରୋନା ନିୟମ ପାଳନର ସବୁ ବ୍ୟବସ୍ଥା କରିବେ । ସେହିପରି ଶୁଦ୍ଧିକ୍ରିୟାରେ ୫୦ ଲୋକଙ୍କୁ ଅନୁମତି ।
ରାଜ୍ୟରେ ଧୀରେ ଧୀରେ ସଂକ୍ରମଣ ବଢୁଥିବା ବେଳେ ଏହାକୁ ନଜରରେ ରଖି ରାଜ୍ୟ ସରକାର କରୋନା କଟକଣା ମଧ୍ୟ କଡ଼ାକଡ଼ି କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ନଆ ଗାଇଡଲାଇନ ଜ।।ରି କରାଯାଇଛି । ମାର୍ଚ୍ଚ ୨୬ରୁ ଏହି ନୂଆ କଟକଣା ଲାଗୁ ହେବ । ନୂଆ ଗାଇଡଲାଇନ୍ ଅନୁସାରେ ଏଣିକି ବିବାହ ଉତ୍ସବରେ ୫୦୦ ଜଣଙ୍କ ପରିବର୍ତ୍ତେ ୨୦୦ ଜଣ ସାମିଲ୍ ହୋଇପାରିବେ । ସେହିଭଳି ଅନ୍ତ୍ୟେଷ୍ଟି କ୍ରିୟାରେ ୫୦୦ ଜଣଙ୍କ ପରିବର୍ତ୍ତେ ୫୦ ଜଣ ସାମିଲ୍ ନେଇ ଅନୁମତି ଦିଆଯାଇଛି ।ଏସବୁ କାର୍ୟ୍ୟକ୍ରମରେ କୋଭିଡ୍ ନିୟମ ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି । ବାହାଘର ଓ ଶୁଦ୍ଧିକ୍ରିୟା କାର୍ୟ୍ୟରେ ମାସ୍କ ପରିଧାନ କଡ଼ାକଡ଼ି କରାଯିବ। ଅତିଥିମାନେ ମାସ୍କ ପିନ୍ଧିଛନ୍ତି କି ନାହିଁ, ସେଥିପାଇଁ ଆୟୋଜକଙ୍କୁ ନଜର ରଖିବାକୁ ପଡ଼ିବ। ଅତିଥିମାନେ ଯଦି ମାସ୍କ ପିନ୍ଧି ନଥାନ୍ତି, ତା’ହେଲେ ପ୍ରବେଶ ପଥରେ ସେହିମାନଙ୍କୁ ମାସ୍କ ଯୋଗାଇ ଦେବାକୁ ପଡ଼ିବ। ନୂଆ କଟକଣା ଚଳିତ ମାସ ୨୬ ତାରିଖ ଠାରୁ ଲାଗୁ ହେବ ବୋଲି କୁହାଯାଇଛି।
ନୂଆ ମାର୍ଗଦର୍ଶିକା ଜାରି ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର କରୋନା ସ୍ଥିତିର ସମୀକ୍ଷା କରିଥିଲେ । ମୁଖ୍ୟମନ୍ତ୍ରୀ କୋଭିଡ୍ ଗାଇଡଲାଇନକୁ କଡାକଡି ଭାବେ ଲାଗୁ କରିବା ଉପରେ ଗୁରୁତ୍ବ ଦେବା ସହ କଣ୍ଟାକ୍ଟ ଟ୍ରେସିଂ ଏବଂ ଟେଷ୍ଟିଂ ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ପ୍ରଶସନକୁ ନିର୍ଦ୍ଦେଶ ଦେଇଥିଲେ।