ଏଣିକି ବାଜିବ ଡିଜେ..ଜମିବ ପ୍ରସେସନ୍

କରୋନା ସଂକ୍ରମଣକୁ ନିୟନ୍ତ୍ରଣକୁ ଆସିଥିବା ବେଳେ କରୋନା ଟିକା ମଧ୍ୟ ଆସି ରାଜ୍ୟରେ ପହଚିଂସାରିଛି । ଏହାରି ମଧ୍ୟରେ ରାଜ୍ୟ ସରକାର କୋଭିଡ କଟକଣାକୁ କିଛି କୋହଳ କରିଛନ୍ତି । ଏନେଇ ଏସଆରସିଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ବାହାଘର ଓ ଅନ୍ତିମ ସଂସ୍କାର ନେଇ ପୂର୍ବରୁ ଜାରି କରାଯାଇଥିବା ଗାଇଡଲାଇନରେ କେତେକ ପରିବର୍ତ୍ତନ କରାଯାଇଛି।

ରାଜ୍ୟ ସରକାରଙ୍କ ପକ୍ଷରୁ ବାହାଘର ଓ ଅନ୍ତିମ ସଂସ୍କାର ନେଇ ପୂର୍ବରୁ ଜାରି କରାଯାଇଥିବା ଗାଇଡଲାଇନରେ କେତେକ ପରିବର୍ତ୍ତନ କରାଯାଇଛି। କୋଭିଡ୍‌ ମହାମାରୀ ଯୋଗୁଁ ବାହାଘର ପ୍ରସେସନ୍ ଉପରେ ଲାଗୁ କରାଯାଇଥିବା କଟକଣାକୁ ଏବେ ସରକାର କୋହଳ କରିଛନ୍ତି । ଏଣିକି ବାହାଘରରେ ବାଜିପାରିବ ଡିଜେ ଏବଂ ହୋଇପାରିବ ପ୍ରସେସନ୍‌ ।ବର୍ତ୍ତମାନର ସ୍ଥିତିକୁ ଧ୍ୟାନରେ ରଖି ବାହାଘରରେ ବର, କନ୍ୟା, ପୁରୋହିତ, ବନ୍ଧୁ, ସମ୍ପର୍କୀୟ, ଅତିଥି, ବ୍ୟାଣ୍ଡ ପାର୍ଟି, ଆଲୋକ ଏବଂ ସାଉଣ୍ଡ ସିଷ୍ଟମର ସଦସ୍ୟଙ୍କ ସମେତ ଅଂଶଗ୍ରହଣକାରୀଙ୍କ ସଂଖ୍ୟା ସର୍ବାଧିକ ୨୦୦ ହୋଇପାରିବ ବୋଲି ନିଷ୍ପତ୍ତି ହୋଇଛି। ବିବାହ ବ୍ରତ ଆଦି ଉତ୍ସବରେ ପ୍ରସେସନ୍‌ ସହ ଲାଇଟ୍‌ ସାଉଣ୍ଡ ପାଇଁ ମଧ୍ୟ ଅନୁମତି ଦିଆଯାଇଛି ।

ସେହିପରି ଅନ୍ତିମ ସଂସ୍କାରରେ ସର୍ବାଧିକ ୧୦୦ ଜଣଙ୍କୁ ସାମିଲ ହେବା ପାଇଁ ଅନୁମତି ମିଳିଛି ।ତେବେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଏବଂ ଥର୍ମାଲ୍ ସ୍କାନିଂର ବ୍ୟବସ୍ଥା ଏବଂ ହାତ ଧୋଇବା କିମ୍ବା ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ କରାଯାଇଛି।ତେବେ ବିବାହ ଉତ୍ସବରେ କୋଭିଡ-୧୯ କଟକଣାକୁ କଡ଼ାକଡ଼ି ପାଳନ କରିବାକୁ ସ୍ୱତନ୍ତ୍ର ରିଲିଫ କମିସନର ଏକ ବିଜ୍ଞପ୍ତି ପ୍ରକାଶ କରି କହିଛନ୍ତି ।

Comments (0)
Add Comment