ଜୁଲାଇ ଗାଇଡଲାଇନ: ଜାଣନ୍ତୁ କେଉଁ ଜିଲ୍ଲା ପାଇଁ କ’ଣ ନିୟମ?

ରାଜ୍ୟରେ କରୋନା ସଂକ୍ରମଣ ଏବେ ବି ଉପରମୁହାଁ ରହିଛି । ତେକେ କିଛି ଜିଲ୍ଳାରେ ସଂକ୍ରମଣ କମିଥିବା ବେଳେ କିଛି ଜିଲ୍ଳାରେ ସଂକ୍ରମଣ ହାର ଅଧିକ ରହିଛି । କରୋନା ସ୍ଥିତିକୁ ନଜରରେ ରଖି ରାଜ୍ୟ ସରକାର ଜିଲ୍ଲାଗୁଡିକୁ କ୍ୟାଟେଗୋରୀରେ ବିଭକ୍ତ କରି କଟକଣା ଲାଗୁ କରିଛି । ତେବେ କ୍ୟାଟାଗୋରୀ ‘ଏ’ରେ ୨୦ ଟି ଜିଲ୍ଲାରେ ଲକଡାଉନ କୋହଳ କରାଯିବା ସହ ସପ୍ତାହାନ୍ତ ସଟଡାଉନ ବି ଉଠାଯାଇଛି । ହେଲେ ସଂକ୍ରମଣ ହାର ୫ ପ୍ରତିଶତ ଉପରେ ରହୁଥିବା କ୍ୟାଟାଗୋରୀ ‘ବି’ରେ ଥିବା ୧୦ ଜିଲ୍ଲାରେ ଆଶିଂକ ଲକଡାଉନ ଜାରି କରାଯାଇଛି ।
କାଟାଗୋରୀ ‘ଏ’ ଜିଲ୍ଲାରେ କ’ଣ ଖୋଲା କ’ଣ ବନ୍ଦ?
୧. କାଟାଗୋରୀ-ଏରେ ୨୦ଟି ଜିଲ୍ଲା ଭିତରେ ଯାତ୍ରୀବାହୀ ବସ୍ ଚଳାଚଳ କରିବ
୨. ମଲ,ସ୍ପା, ବିୟୁଟିପାର୍ଲର ବନ୍ଦ ରହିବ, ଛୋଟ ସେଲୁନ ଖୋଲିବ
୩. ଦୈନିକ ଓ ସାପ୍ତାହିକ ହାଟକୁ ଅନୁମତି
୪. ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ସମସ୍ତ ଦୋକାନ ଖୋଲିବାକୁ ଅନୁମତି
୫. ଆଉଟ ଡ଼ୋର ଇନ୍ ଡୋର ଫିଲ୍ମ ସୁଟିଂ ହୋଇପାରିବ
କାଟାଗୋରୀ ‘ବି’ ଜିଲ୍ଲାରେ କ’ଣ ଖୋଲା କ’ଣ ବନ୍ଦ?
୧. କ୍ୟାଟାଗୋରୀ ବି ରେ ରହିଛି ନୟାଗଡ଼, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ଏବଂ ମୟୂରଭଞ୍ଜ।
୨.ଏହି ୧୦ ଟି ଜିଲ୍ଲାରେ ସକାଳ ୬ଟାରୁ ଦିନ ଦୁଇଟା ପର୍ୟ୍ୟନ୍ତ ସମସ୍ତ ଦୋକାନ ବଜାର ଖୋଲା ରହିବ
୩. ସପ୍ତାହାନ୍ତ ସଟଡାଉନ ରହିବ
୪. ବସ୍ ଚାଲିବନି, ବାହାଘରରେ ଭୋଜି ହେବନି
୫.ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିବ
୬. ଉଠାଦୋକାନୀ ଦୋକାନ ଖୋଲିପାରିବେ, କେବଳ ପାର୍ସଲ ମିଳିବ

Comments (0)
Add Comment