ଡିଆରଡିଓ ଗୁପ୍ତ ତଥ୍ୟ ଚୋରୀ ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଏହି ମାମଲାରେ ଆଉ ଜଣେ ମହିଳାଙ୍କ ସମ୍ପୃକ୍ତି ନେଇ ସୂଚନା ମିଳିଛି । ମହିଳା ଜଣଙ୍କ ପୂର୍ବରୁ ଚିହ୍ନଟ ହୋଇଥିବା ସେହି ରହସ୍ୟମୟୀ ମହିଳା କି ଅନ୍ୟ ଜଣେ ମହିଳା ତାହା ଉପରେ କ୍ରାଇମବ୍ରାଞ୍ଚ ଅଧିକ ତଦନ୍ତ ଚଳାଇଛି ।
କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି, ଗିରଫ ୫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ୪୦ ହଜାର ଟଙ୍କା ପଠାଇବାକୁ କହିଥିଲେ ମହିଳା । ଫୋନ ପେ ଏବଂ ଗୁୁଗୁଲ ପେ ମାଧ୍ୟମରେ ୪୦ ହଜାର ଟଙ୍କା ପଠାଇଥିଲେ ଅଭିଯୁକ୍ତ । ଉକ୍ତ ମହିଳାଙ୍କୁ ଗତ ଏପ୍ରିଲ ୧୮ ତାରିଖରେ ଥରେ ୩୦ ହଜାର ଅନ୍ୟ ଥରେ ୧୦ ହଜାର ଟଙ୍କା ପଠାଇଥିଲେ ଅଭିଯୁକ୍ତ । ଏହି ଦୁଇଟି ଆକାଉଣ୍ଟ ଦୁଇ ଜଣ ଯୁବକଙ୍କ ନାଁରେ ଅଛି ।
ମହିଳା ଏପ୍ରିଲ ୧୯ ତାରିଖରେ ଅଭିଯୁକ୍ତଙ୍କୁ ଉକ୍ତ ୪୦ ହଜାର ଟଙ୍କା ଫେରାଇ ଦେଇଥିଲେ । ଚାନ୍ଦିପୁର ଏସବିଆଇ ବ୍ରାଂଚରେ ଥିବା ଏକ ଆକାଉଂଟରେ ଏହିି ଟଙ୍କା ଜମା ହୋଇଥିବା ସୂଚନା ମିଳିଛି । ତେବେ ଏହି ମାମଲାର ଅଧିକ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ମୁମ୍ବାଇ ଯିବ ବୋଲି ଏଡିଜି କହିଛନ୍ତିି ।