ପୁଣି ଫେରିଲା ନାଇଟ କର୍ଫ୍ୟୁ

ପୁଣି ଫେରିଲା ନାଇଟ କର୍ଫ୍ୟୁ । ପାଖାପାଖି ବର୍ଷେ ହେବ କରୋନାର ଯନ୍ତ୍ରଣା ସମସ୍ତେ ଅନୁଭବ କରିଛନ୍ତି । ଏବେ ସମସ୍ତେ ଟିକେ ଆଶ୍ୱସ୍ତି ଅନୁଭବ କରୁଥିବା ବେଳେ ଏବେ ପୁଣି ଦେଶର ବଢିଛି କରୋନା ସଂକ୍ରମଣ । ଦୁଇଟି ରାଜ୍ୟ ମହାରାଷ୍ଟ୍ର ଓ କେରଳରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆସନ୍ତାକାଲି ଠାରୁ ପୁନେରେ ନାଇଟ୍ କର୍ଫ୍ୟୁ ଲାଗୁ ହେଉଛି ।

ଦେଶରେ କରୋନା ସଂକ୍ରମଣ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟରେ ଟିକାକରଣ ମଧ୍ୟ ଦ୍ରୁତଗତିରେ ଚାଲିଛି । ହେଲେ ଏବେ ଏବେ ପୁଣି ଦେଶର ଦୁଇଟି ରାଜ୍ୟ ମହାରାଷ୍ଟ୍ର ଓ କେରଳରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆସନ୍ତାକାଲି ଠାରୁ ପୁନେରେ ନାଇଟ୍ କର୍ଫ୍ୟୁ ଲାଗୁ ହେଉଛି । ଏହି ସମୟରେ କେବଳ ଅତ୍ୟାବଶ୍ୟକ ସେବା ଓ ସାମଗ୍ରୀ ପରିବହନ ପାଇଁ ଅନୁମତି ମିଳିବ । କରୋନା ସଂକ୍ରମଣ ବଢ଼ୁଥିବାରୁ ରାତି ୧୧ଟାରୁ ସକାଳ ୬ଟା ଯାଏଁ ପୁନେରେ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ । ୨୭ ତାରିଖ ଯାଏଁ ସ୍କୁଲ, କଲେଜକୁ ମଧ୍ୟ ବନ୍ଦ କରିଦିଆଯାଇଛି । ମହାରାଷ୍ଟ୍ରରେ ସ୍ଥିତି ଧିରେ ଧିରେ ସଂଗୀନ ହେବାରେ ଲାଗିଛି । ଗତ ୨୪ ଘଂଟାରେ ୬,୨୮୧ ଜଣ ନୂଆ ପଜିଟିଭ୍ ମାମଲା ସାମନାକୁ ଆସିଛି । କେରଳରେ ମଧ୍ୟ ସଂକ୍ରମଣ ବଢ଼ୁଛି । ୪,୬୫୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କର୍ଣ୍ଣାଟକରେ ଗୋଟିଏ ଦିନରେ ୪୯୦, ତାମିଲନାଡୁରେ ୪୩୮, ପଂଜାବରେ ୩୫୨, ଛତିଶଗଡ଼ରେ ୨୫୩, ଗୁଜରାଟରେ ୨୫୮ ଓ ମଧ୍ୟପ୍ରଦେଶରେ ୨୫୭ ମାମଲା ସାମନାକୁ ଆସିଛି ।

ଦିନକରେ ଦେଶରେ ଯେତିକି ନୂଆ ମାମଲା ସାମ୍ନାକୁ ଆସିଛି । କେବଳ ମହାରାଷ୍ଟ୍ର ଓ କେରଳରେ ଚିହ୍ନଟ ହୋଇଛି ୭୬ ପ୍ରତିଶତ। ମହାରାଷ୍ଟ୍ର ସ୍ଥିତି ଚିନ୍ତାଜନକ ହୋଇଥିବାରୁ ୬ ଜିଲ୍ଲାରେ କଟକଣା ଜାରି ହୋଇଛି । ଅମରାବତୀରେ ନାଇଟ କର୍ଫ୍ୟୁକୁ ଆହୁରି ସାତଦିନ ବଢ଼ାଇ ଦିଆଯାଇଛି । ରନ୍ତ୍ରଗିରି, ସିନ୍ଧୁଦୁର୍ଗ, ରାୟଗଡ଼, ସତରା, ବିଡ୍ ଆଦି ଜିଲ୍ଲାରେ ରାତ୍ରୀ କର୍ଫ୍ୟୁ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଦେଶରେ ଗତବର୍ଷ ସେପ୍ଟେମ୍ବରରେ କରୋନା ଶୀର୍ଷକୁ ଛୁଇଁବା ପରେ ଧିରେ ଧିରେ ଏହାର ଗତି ଧିମେଇ ଥିଲା । ଏହା ପରେ ଲକ୍ଡାଉନ୍, ସଟଡାଉନ ଭଳି କଟକଣା କ୍ରମେ କୋହଳ ହୋଇଥିଲା । ଏବେ ଅଚାନକ କରୋନା ସ୍ଥିତି ବଦଳିବାରେ ଲାଗିଛି । ବିଶେଷ କରି ଫେବ୍ରୁଆରୀ ୧୭ ତାରିଖରୁ କରୋନା ଗ୍ରାଫ୍ ଉପରମୁହାଁ ହୋଇଛି । ୧୦ ହଜାର ତଳକୁ ଖସି ଆସିଥିବା ଦୈନିକ ସଂକ୍ରମଣ ପ୍ରତିଦିନ ବଢ଼ିବାରେ ଲାଗିଛି । ଗତ ୨୪ ଘଂଟାରେ ଦେଶରେ ୧୪,୨୬୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଉ ଦିନକରେ ଦେଶରେ କରୋନାରେ ୯୦ ଜଣଙ୍କର ମୃତ୍ୟୁ ହୋଇଛି ।

Comments (0)
Add Comment