ରାଜ୍ୟରେ ହଟିଲା ନାଇଟ୍ କର୍ଫ୍ୟୁ

ରାଜ୍ୟରେ ହଟିଲା ନାଇଟ୍ କର୍ଫ୍ୟୁ । ରାଜ୍ୟର ସମସ୍ତ ସହରାଞ୍ଚଳରେ ଲାଗୁ ହୋଇଥିବା ନାଇଟ୍ କର୍ଫ୍ୟୁକୁ ହଟାଇ ଦିଆଯାଇଛି । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।
ଫେବୃଆରୀ ୨୮ ଯାଏଁ ନାଇଟ କର୍ଫ୍ୟୁ ରହିଥିଲା । ରାତି ୧୦ରୁ ସକାଳ ୫ ଯାଏ ନାଇଟ କର୍ଫ୍ୟୁ ଜାରି କରାଯାଇଥିଲା । କିନ୍ତୁ ଏବେ ସଂକ୍ରମଣ କମୁଥିବାରୁ ରାତ୍ରି କର୍ଫ୍ରୁ୍ୟ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୭୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। କ୍ୱାରେଣ୍ଟିନ୍‌ରୁ ୩୯୩ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ୨୭୮ ରହିଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କର୍ମ ବର୍ଗର ୧୩୧ ଜଣ ଅଛନ୍ତି।

Comments (0)
Add Comment