ରାତି ୧୦ ପରେ ଡିଜେ,ବାଣ ମନା

ରାଜଧାନୀରେ ରାତି ୧୦ ପରେ ବିବାହ ଶୋଭାଯାତ୍ରା କଲେ ବାନ୍ଧିବ ପୋଲିସ । ଭୁବନେଶ୍ୱରରେ ବିବାହ ଶୋଭାଯାତ୍ରାରେ ବାଜିବନି ଡିଜେ, ଫୁଟିବନି ବାଣ । ଏନେଇ ପୂର୍ବରୁ ନିୟମ ରହିଛି । କିନ୍ତୁ ଏହି ନିୟମକୁ ଫୁ କରି ଉଡାଇ ଦେଉଛନ୍ତି ରାଜଧାନୀବାସିନ୍ଦା । ବିବାହ ଶୋଭାଯାତ୍ରା ପାଇଁ ଅନୁମତି ନେଉଥିଲେ ମଧ୍ୟ ଡିଜେ ଓ ବାଣ ଫୁଟାଉଥିବାର ଦେଖିବାକୁ ମିଳୁଛି । ଅଧିକ ମାତ୍ରାରେ ଡିଜେ ସାଉଣ୍ଡ ଓ ବିପଦ ଜନକ ବାଣ ରାସ୍ତା ଉପରେ ଫୁଟାଯାଉଥିବା ନେଇ ଅଭିଯୋଗ ଆସିବା ପରେ ଆକ୍ସନ ମୋଡକୁ ଆସିଛି କମିଶନରେଟ ପୋଲିସ ।
ଏହାସହ ରାତି ୧୦ଟା ପରେ ନାଇଟ କର୍ଫ୍ୟୁ ଲାଗୁଥିବା କାରଣରୁ ବିବାହ ଶୋଭାଯାତ୍ରା ଉପରେ କଟକଣା ଲଗାଯାଇଛି । ତେଣୁ ରାତି ୧୦ଟା ପରେ କୌଣସି ବିବାହ ଶୋଭାଯାତ୍ରା ହେଉଥିଲେ ୦୬୭୪୨୫୪୦୨୯୪ ନମ୍ବରରେ କଲ କରି ଜଣାଇବାକୁ ଅପିଲ କରିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ । ଯଦି କେହି ନିୟମର ଉଲ୍ଲଂଘନ କରିଥାଏ ତେବେ ତାଙ୍କ ବିରୋଧରେ ତୁରନ୍ତ ଅର୍ବାନ ପୋଲିସ ଆକ୍ଟ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ।

Comments (0)
Add Comment