କରୋନାଠାରୁ ରାଜ୍ୟରେ ବଳିଗଲା ଅଣକୋଭିଡ଼ ମୃତ୍ୟୁ । ୭ ମାସରେ ଗଲାଣି ଲକ୍ଷେ ୪୧ ହଜାର ଲୋକଙ୍କ ଜୀବନ ।

ମହାମାରୀ ସମୟରେ କରୋନା ସଂକ୍ରମଣ ବ୍ୟକ୍ତିଙ୍କ ମୃତ୍ୟଠାରୁ ଅଣକୋଭିଡ ମୃତ୍ୟୁ ସଂଖ୍ୟା ୮୫ ଗୁଣ ଅଧିକ ରହିଛି । ଗତ ୭ ମାସରେ ୧ ଲକ୍ଷ ୪୧ ହଜାର ୮୭୪ ଲୋକଙ୍କ ମୃତ୍ୟୁ ହୋଇଛି । କରୋନା ସଂକ୍ରମଣ ହୋଇନଥିବା ଏତିକି ଲୋକଙ୍କ ଏପ୍ରିଲରୁ ଅକ୍ଟୋବର ମାସ ମଧ୍ୟରେ ଜୀବନ ଯାଇଛି । ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପ୍ରଶ୍ନରେ ଆଜି ଏନେଇ ବିଧାନସଭାରେ ଉତର ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ।

୭ ମାସରେ ଯାଇଛି ୧ ଲକ୍ଷ ୪୧ ହଜାର ରୋଗୀଙ୍କ ଜୀବନ । କରୋନା ଠାରୁ ଢ଼େର ଅଧିକ ଜୀବନ ନେଇଛି ଅନ୍ୟାନ୍ୟ ରୋଗ । କରୋନା ସଂକ୍ରମଣ ସମୟରେ କୋଭିଡ୍ ରୋଗ ବ୍ୟତୀତ ଅନ୍ୟାନ୍ୟ ରୋଗରେ କେତେ ଜଣଙ୍କର ମୃତ୍ୟୁ ହୋଇଛି, ଏନେଇ ବିଧାନସଭାରେ ପ୍ରଶ୍ନ କରିଥିଲେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ । ଏପ୍ରିଲରୁ ଅକ୍ଟୋବର ଶେଷ ସୁଦ୍ଧା ଅନ୍ୟାନ୍ୟ ରୋଗୀଙ୍କ ମୃତ୍ୟୁ ସଂଖ୍ୟା ଜାଣିବାକୁ ଚାହିଁଥିଲେ ଖଣ୍ଡପଡ଼ା ବିଧାୟକ । ଯାହାର ଉତରରେ ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇ କହିଛନ୍ତି, ଏପ୍ରିଲରୁ ଅକ୍ଟୋବର ଶେଷ ସୁଦ୍ଧା ଅନ୍ୟାନ୍ୟ ରୋଗୀଙ୍କ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୧ ହଜାର ୮୭୪ ।

ସେହିପରି କରୋନା ମୁକାବିଲା, ପରୀକ୍ଷା ଓ ରୋଗୀଙ୍କ ମାଗଣା ଚିକିତ୍ସା ଖର୍ଚ୍ଚର ହିସାବ ଦେଇଛନ୍ତି ସରକାର । ୨୩ଜିଲ୍ଲାରୁ ଆସିଥିବା ତଥ୍ୟ ଅନୁସାରେ ୨ ଶହ ୨୩ କୋଟି ୮୭ ଲକ୍ଷ ୮୧ ହଜାର ୮ ଶହ ୭୬ ଟଙ୍କା ଖର୍ଚ୍ଚ ହୋଇଛି । ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପ୍ରଶ୍ନରେ ବିଧାନସଭାରେ ଲିଖିତ ଉତର ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ।

Comments (0)
Add Comment