ରାଜ୍ୟରେ ଆଉ ଜଣେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ

ଦେଶରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବଢି ବଢି ଚାଲିଛି । ଓଡିଶାରେ ମଧ୍ୟ ୯ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେଲେଣି । ଆଜି ଆଉ ଜଣେ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ ଚିହ୍ନଟ ଓମିକ୍ରନ ଆକ୍ରାନ୍ତ ଜଣକ ୟୁଏଇରୁ ଫେରିଥିଲେ । ତାଙ୍କର ବୟସ ୩୧ ବର୍ଷ ହୋଇଥିବାବେଳେ ଘର କେନ୍ଦୁଝର ବୋଲି ଜଣାପଡିଛି ।

ଓମିକ୍ରନ ଚିହ୍ନଟ ନେଇ ଆଇଏଲଏସ ପକ୍ଷରୁ ସୂଚନା ଦିଆଯାଇଛି । ନିକଟରେ ରାଜ୍ୟର ପ୍ରଥମ ଓମିକ୍ରନ୍ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେ ଗତ କିଛି ଦିନ ହେବ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ପ୍ରଥମ ଓମିକ୍ରନ୍ ଆକ୍ରାନ୍ତ ସୁସ୍ଥ ହୋଇ ଆଜି ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ତେବେ ଡାକ୍ତର ତାଙ୍କୁ ୭ ଦିନ ହୋମ୍ ଆଇସୋଲେସନରେ ରହିବାକୁ ପରାମର୍ଶ ଦେଇଛନ୍ତି । ସୁସ୍ଥ ହୋଇଥିବା ନାଇଜେରିଆ ଫେରନ୍ତା ଓମିକ୍ରନ ଆକ୍ରାନ୍ତ ଜଣକ ଜଗତସିଂହପୁର ଜିଲ୍ଲାର ।
ତୃତୀୟ ଲହର ଓମିକ୍ରନ ପାଇଁ ସତର୍କ ଅଛନ୍ତି ରାଜ୍ୟ ସରକାର । ଫେବ୍ରୁଆରୀରେ ଏହା ପିକ୍‌କୁ ଯାଇପାରେ । ଓମିକ୍ରନ ମୁକାବିଲା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି । ସର୍ଭେଲାନ୍ସ, ଟେଷ୍ଟିଂ, ଟ୍ରିଟମେଣ୍ଟ ଓ ଟିକାକରଣକୁ ଗୁରୁତ୍ୱ ଦିଆଯାଇଛି । ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ କରିବା ସହ ଶିଶୁବିଭାଗ, ଅକ୍ସିଜେନ୍‌ ଏବଂ ଔଷଧ ମହଜୁଦ ଥିବା ସ୍ୱାସ୍ଥ୍ୟ ବିଭାଗ କହିଛି । ଅନ୍ୟପଟେ କିଶୋରଙ୍କୁ ଟିକାକରଣ ପାଇଁ ପ୍ରସ୍ତୁତ ହୋଇଛି ଓଡ଼ିଶା ।

Comments (0)
Add Comment