ବିଧାନସଭାରେ ଆଜି ପୁଣି ଧାନ କିଣାକୁ ନେଇ ଅଚଳାବସ୍ଥା ଦେଖାଦେଇଛି । ମଣ୍ଡିରୁ କେତେ ଧାନ ଉଠିଛି ତାର ହିସାବ ମାଗିବିଧାନସଭାରେ ହୋହାଲ୍ଲା କରିଛନ୍ତି ବିରୋଧୀ । ଗୃହର ମଧ୍ୟଭାଗକୁ ଆସି ବିଜେପି ସଦସ୍ୟ ପାଟିତୁଣ୍ଡ କରିବାରୁ ଗୃହକୁ ୪ଟା ମୁଲତବୀ କରିଛନ୍ତି ବାଚସ୍ପତି ।
ମଣ୍ଡିରେ କେତେ ଧାନ ଉଠିଛି ତାର ହିସାବ ଦାବି କରିବା ସହ ଧାନ ଉଠାଣ ତାରିଖ ଏପ୍ରିଲ ୧୫ ଯାଏଁ ବୃଦ୍ଧି କରିବାକୁ ଦାବି କରି ଗୃହରେ ହଙ୍ଗାମା କରିଛନ୍ତି ବିଜେପି ସଦସ୍ୟ । ସଂସଦୀୟ ବ୍ୟାପାର ମନ୍ତ୍ରୀ ବିରୋଧୀଙ୍କ ଉଦ୍ଦେଶ୍ୟରେ କହିଥିଲେ ଆଜି ଯୋଗାଣ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ରହିଛି । ଏହି ସମୟରେ କେତେ ଧାନ ଉଠିଛି ସେ ସମ୍ପର୍କରେ ବିସ୍ତୃତ ସୂଚନା ଦେବେ ବିଭାଗୀୟ ମନ୍ତ୍ରୀ । ତେଣୁ ହୋହାଲ୍ଲା କରିବାର ଆବଶ୍ୟକତାର ନାହିଁ ବୋଲି କହିଥିଲେ । ହେଲେ ବିଜେପି ସଦସ୍ୟ ମାନେ ଗୃହର ମଧ୍ୟଭାଗକୁ ଆସି ହଙ୍ଗାମା କରିବାରୁ ଗୃହକୁ ମୁଲତବି କରିଛନ୍ତି ବାଚସ୍ପତି ।
ସରକାର ପୂର୍ବରୁ ମାର୍ଚ୍ଚ ଶେଷ ସୁଦ୍ଧା ସମସ୍ତ ଧାନ କିଣାଯିବ ବୋଲି କହିଛନ୍ତି । କିନ୍ତୁ ଏଯାଏ କେତେ ଧାନ ଉଠିଛି ତାର ହିସାବ ମାଗିବା ସହ ଧାନ ଉଠାଣ ତାରିଖ ଏପ୍ରିଲ ୧୫ ଯାଏଁ ବୃଦ୍ଧି କରିବାକୁ ଦାବି କରିଛନ୍ତି ବିଜେପି ସଦସ୍ୟ ।