ବିଧାନସଭାରେ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ

ବିଧାନସଭାରେ ପୁଣି ଉଠିଲା କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ । ମହାନଦୀ ଜଳବିବାଦ ନେଇ ସିଡବ୍ଲୁସି ବିଭିନ୍ନ ପ୍ରକଳ୍ପ ଅନୁମୋଦନ ଦେଉନଥିବାରୁ ଗୃହରେ ଏଭଳି ଅଭିଯୋଗ କଲେ ବିଜେଡି ବିଧାୟକ ପ୍ରଦୀପ ଅମାତ। ସେ କହିଛନ୍ତି, ହୀରାକୁଦର ଉପର ମୁଣ୍ଡରେ ଥିବା ପ୍ରକଳ୍ପକୁ ନେଇ ବିବାଦ ଅଛି, ତଳମୁଣ୍ଡରେ ବିବାଦ ନାହିଁ ।

ବୌଦ୍ଧ ଜିଲ୍ଲାର ଦୁଇଟି ପ୍ରକଳ୍ପକୁ କାହିଁକି ବନ୍ଦ କରାଯାଇଛି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ବିଧାୟକ ପ୍ରଦୀପ ଅମାତ । ସତୀଘାଟ ଲକ୍ଷ୍ମୀପଦର ପ୍ରକଳ୍ପ ଫେରାଇ ଦେଇଛନ୍ତି ସିଡବ୍ଲ୍ୟୁସି । ବିଧାୟକଙ୍କ ପ୍ରଶ୍ନରେ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଉତ୍ତର ରଖିଛନ୍ତି । ସିଡବ୍ଲ୍ୟୁସି ସ୍ଥଗିତ ରଖିଛନ୍ତି, ଟ୍ରିବ୍ୟୁନାଲର ଆଦେଶ ପର୍ୟ୍ୟନ୍ତ ସ୍ଥଗିତ ଅଛି । ଜଳ ସଂପଦ ବିଭାଗ ସିଡବ୍ଲ୍ୟୁସି ସହ ଯୋଗାଯୋଗ ଅଛି । ଟ୍ରିବ୍ୟୁନାଲ ୩ବର୍ଷ ପାଇଁ ହୋଇଥିଲା, ଆଉ ୨ବର୍ଷ ପାଇଁ ବଢିପାରେ ବୋଲି କହିଛନ୍ତି । ମହାନଦୀ ତଳମୁଣ୍ଡ ଅବବାହିକରେ ଆଗାମୀ ୫ ବର୍ଷ ଭିତରେ ଇନଷ୍ଟ୍ରମ ଷ୍ଟୋରେଜ ହେବ। ଯାହାଫଳରେ ଜଳ ସଂରକ୍ଷଣ ହୋଇପାରିବ ବୋଲି କହିଲେ ମନ୍ତ୍ରୀ।

Comments (0)
Add Comment