ବିନା ପେପରରେ ବିଧାନସଭା

ଫେବୃୟାରୀ ମଧ୍ୟଭାଗରେ ଆରମ୍ଭ ହେବାକୁ ଯାଉଛି ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ । ତେବେ ପ୍ରଥମ ଥର ପାଇଁ ରାଜ୍ୟରେ ବିଧାନସଭାର ପ୍ରଶ୍ନୋତର କାଳ ପେପରଲେସ୍ ବା ଅନଲାଇନ ମାଧ୍ୟମରେ ହେବାକୁ ଯାଉଛି । ରାଜ୍ୟ ବିଧାନସଭାର କାର୍ୟ୍ୟଧାରାକୁ କାଗଜଶୂନ୍ୟ କରିବା ପାଇଁ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ଆଉ ଦୁଇପାଦ ଆଗକୁ ବଢ଼ିଛନ୍ତି । ବଜେଟ ଅଧିବେଶନରେ ସମସ୍ତ ବିଧାୟକମାନେ ଅନଲାଇନରେ ପ୍ରଶ୍ନ ପଚାରିବେ । ଏବଂ ବିଧାୟକଙ୍କ ପ୍ରଶ୍ନର ଉତ୍ତର ମନ୍ତ୍ରୀ ଅନଲାଇନରେ ଦେବେ ।

ନାଭା ଆପ୍ ଜରିଆରେ ବିଧାନସଭାରେ ପ୍ରଶ୍ନୋତ୍ତର ଅନଲାଇନରେ ହେବ ବୋଲି ବାଚସ୍ପତି ଡକ୍ଟର ସୂର୍ୟ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି। ବିଧାୟକଙ୍କ ମୋବାଇଲକୁ ସିଧା ଉତ୍ତର ପଠାଇ ଦିଆଯିବ। ବିଧାନସଭା କାର୍ୟ୍ୟାଳୟ ପକ୍ଷରୁ ନିର୍ଦ୍ଧାରିତ ବିଭାଗ ସଙ୍ଗେ ସଂଯୋଜନା କରାଯାଇ ସେହି ପ୍ରଶ୍ନର ଉତ୍ତର ମଧ୍ୟ ସମ୍ପୃକ୍ତ ବିଧାୟକଙ୍କୁ ଆପ୍ ମାଧ୍ୟମରେ ଯୋଗାଇ ଦିଆଯିବ । ବିଧାନସଭା ଅଧିବେଶନ ଶେଷ ହେବା ପରେ ବିଧାୟକଙ୍କୁ ଏଥିନେଇ ସବିଶେଷ ତାଲିମ ଦିଆଯିବ ବୋଲି ସେ କହିଛନ୍ତି ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ।

ଜାନୁୟାରୀ ୨୯ରୁ ସଂସଦ ଆରମ୍ଭ ହେଉଛି । ବିଧି ଅନୁସାରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ଆବଶ୍ୟକ ପରାମର୍ଶ ଓ ଅନୁମତି ପରେ ଆରମ୍ଭ ହେବ ବିଧାନସଭା ଅଧିବେଶନ । ଏଥର ଅଧିବେଶନ ସମୟରେ କୌଣସି ସରକାରୀ କାର୍ୟ୍ୟ ଲାଗି କାଗଜ ବ୍ୟବହାର ନକରିବାକୁ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଡିଜିଟାଇଜେସନ୍ ପ୍ରକ୍ରିୟା ଶେଷ ହୋଇଛି । ଦେଶରେ ରାଜ୍ୟ ବିଧାନସଭାକୁ କାଗଜମୁକ୍ତ କରିବା ଲାଗି ଯେଉଁ ପଦକ୍ଷେପ ନିଆଯାଉଛି ସେଥିରେ ଅରୁଣାଚଳ ପ୍ରଦେଶ ସର୍ବାଗ୍ରେ ରହିଛି ।

Comments (0)
Add Comment