୬ ଘଂଟିଆ ଓଡିଶା ବନ୍ଦ

ଆଜି ବାମ ଦଳର ଓଡିଶା ବନ୍ଦ ପାଳନ । ସକାଳ ୬ରୁ ଆରମ୍ଭ ହୋଇଥିବା ଓଡିଶା ବନ୍ଦ ପାଳନ ଦିନ ୧୨ଟା ଯାଏଁ । ୬ ଘଂଟିଆ ବନ୍ଦ ପାଳନ କରାଯାଉଛି । ବାମଦଳ ପକ୍ଷରୁ ବିଭିନ୍ନ ସ୍ଥାନାରେ ବିକ୍ଷୋଭ ପ୍ରଦର୍ଶନ ସହ ଶୋଭାଯାତ୍ରା କରାଯାଇଛି । ତୈଳ ଦଳ ଓ ଅତ୍ୟାବଶ୍ୟକ ଜିିନିଷର ଦର ବୃଦ୍ଧିରେ ସାଧାରଣ ଲୋକ ଅତିଷ୍ଠ ହୋଇପଡିଲେଣି । ତୁରନ୍ତ ଦର କମାଇବାକୁ ଦାବି କରାଯାଇଛି ।କଂଗ୍ରେସ ମଧ୍ୟ ଏହି ବନ୍ଦ ପାଳନକୁ ସମର୍ଥନ କରିଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ଦର ଚିତ୍ର ଦେଖିବାକୁ ମିଳିିଛି । ରାଜଧାନୀ ଭୁବନେଶ୍ୱରରୁ ରାଉରକେଲା, ଜୟପୁର, ବ୍ରହ୍ମପୁର,ଗୁଣୁପୁର ସବୁଠି ରାସ୍ତାରୋକ କରାଯିବା ସହ ରେଳରୋକ କରାଯାଇଛି । ବାମଦଳର କର୍ମକର୍ତା ବିଭିନ୍ନ ପେଟ୍ରୋଲ ପମ୍ପ ଆଗରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କରୋନା କାଳରେ ତୈଲ ଦର ବଢାଇ ସରକାର ଲୋକଙ୍କ ଉପରେ ବୋଝ ଉପରେ ନଳିତା ବିଡା ଲଦି ଦେଉଥିବା ଅଭିଯୋଗ କରିଛି ବାମ ଦଳ ।

Comments (0)
Add Comment