ପଦଯାତ୍ରା ବନାମ ଗିରଫଦାରୀ । ସନ୍ଧ୍ୟାରେ ବଡ ଖବର?

ବଢୁଛି ମନ୍ତ୍ରୀ ଅରୁଣ ସାହୁ ଏବଂ ରାଜ୍ୟ ସରକାରଙ୍କ ଅଡୁଆ । ପରୀ ପ୍ରସଙ୍ଗକୁ ନେଇ ବିଜେପି ଶାଣିତ ଆକ୍ରମଣ ଜାରି ରଖିଥିବା ବେଳେ ରାଜଧାନୀରୁ ୟାଗଡ ଯାଏଁ ପଦଯାତ୍ରା କର ଦଳ ସରକାରକୁ ଆହୁରି ଚାପଗ୍ରସ୍ତ କରିବାକୁ ଉଦ୍ୟମ ଆରମ୍ଭ କରିଛି । ପରୀ ପ୍ରସଙ୍ଗ ଆରମ୍ଭ ହେବା ଦିନ ପରେ କେବଳ ଥରୁଟିଏ ବୟାନ ରଖିଥିବା ଅରୁଣ ସାହୁ ଏଯାଏଁ ଚୁପ ରହିଛନ୍ତି । ରାଜ୍ୟ ସରକାର ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ଖୁବଶୀଘ୍ର ଅପରାଧୀକୁ ଧରିବାକୁ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଚେଷ୍ଟା ଚଳାଇଛନ୍ତି । ହେଲେ ଏସବୁ ଘଟଣାକ୍ରମ କିନ୍ତୁ ରାଜନୀତିକୁ ଅଟକାଇ ପାରୁନାହିଁ । ବିଜେପି ପଦଯାତ୍ରା ପାଖାପାଖି ୧୦୦ କିମି ଯାଏଁ ରହିଛି । ଲିଙ୍ଗରାଜ ମନ୍ଦିର ସାମ୍ନାକୁ ଆରମ୍ଭ ହୋଇଥିବା ଏହି ଯାତ୍ରା ୨୪ ତାରିଖରେ ଯଦୁପୁରରେ ଅର୍ଥାତ୍ ପରୀ ଗାଁରେ ପହଂଚିବ ।

ପରୀକୁ ନ୍ୟାୟ ଦାବିରେ ବିଜେପିର ପଦଯାତ୍ରା । ଭୁବନେଶ୍ୱରରୁ ନୟାଗଡ ଯଦୁପୁୁରକୁ ବିଜେପିର ଏହି ପଦଯାତ୍ରା ବାହାରିଛି । ବିଜେପି ପକ୍ଷରୁ ୫ ଦିନ ଧରି ଆଜିଠାରୁ ଆସନ୍ତା ୨୪ ତାରିଖ ଯାଏଁ ଏହି ପଦଯାତ୍ରା ଚାଲିବ । ଲିଙ୍ଗରାଜ ମନ୍ଦିରରୁ ବାହାରିଥିବା ପଦଯାତ୍ରା ଯାଆଁଳା ପହଚିଂବ । ୨୧ରେ ଯାଆଁଳାରୁ ସାରୁଅ, ୨୨ରେ ସାରୁଅରୁ ପିଚୁକାଳି, ୨୩ରେ ପିଚୁକୁଳିରୁ ଇଟାମାଟି, ୨୪ରେ ଇଟାମାଟିରୁ ଯଦୁପୁର ପହଚିଂବ ପଦଯାତ୍ରା । ୨୪ ତାରିଖରେ ଯଦୁପୁରରେ ଏକ ବଡ଼ ସଭାର ଆୟୋଜନ କରିବ ବିଜେପି । ପରୀ ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି ତାଙ୍କ ବହିଷ୍କାର ଦାବି କରିବା ସହ ଘଟଣା ସିବିଆଇ ତଦନ୍ତ ଦାବି କରିଛି ବିଜେପି ।

ଏହାରି ଭିତରେ ଏସଆଇଟି ପକ୍ଷରୁ ମିଳିଥିବା ସୂଚନା ଅତି ଗୁରୁତ୍ୱପୁର୍ଣ୍ଣ । ପରୀ ମୃତ୍ୟୁ ଉପରୁ ଆଜି ପରଦା ହଟିବାର ଯଥେଷ୍ଟ ସମ୍ଭାବନା ରହିଛି । ସନ୍ଧ୍ୟା ସୁଦ୍ଧା ଅପରାଧୀ ଗିରଫଦାରୀ ନେଇ ବଡ ଘୋଷଣା ହୋଇପାରେ । ପରୀ ମୃତ୍ୟୁ ମାମଲାରେ ଏସଆଇଟି ଖୋଳତାଡ଼ କରୁଛି । ଗତକାଲି ଯଦୁପୁର ଗାଁରେ ପହଂଚି ୩ ଜଣଙ୍କୁ ଉଠାଇ ନେଇଥିଲା ଏସ୍ଆଇଟି । ସନ୍ଦିଗ୍ଧ ଯୁବକ ସରୋଜ ସେଠୀ, ତାଙ୍କ ମା’ ଓ ଭଉଣୀଙ୍କୁ ନେଇଥିଲା ଏସ୍ଆଇଟି ଟିମ୍ । ସରୋଜର ମା ଓ ଭଉଣୀଙ୍କୁ ଛାଡିଦେଇଛନ୍ତି । ଜୁଲାଇ ୧୪ ତାରିଖରେ ନୟାଗଡ ଯଦୁପୁର ଗାଁରୁ ପରୀ ନିଖୋଜ ହୋଇଯାଇଥିଲା । ଜୁଲାଇ ୨୩ରେ ଘର ପଛପଟ ପୋଖରୀ ପାଖରୁ ପରୀର ମୃତଦେହ ମିଳିଥିଲା ।

Comments (0)
Add Comment