୨୦୨୨-୨୩ଆର୍ଥିକ ବର୍ଷର କାମଚଳା ବଜେଟ ଆଗତ । ମୋଟ ୧ଲକ୍ଷ ୬ହଜାର ୪ଶହ୯୮କୋଟି ଟଙ୍କାର ବଜେଟ । ମହାମାରୀ ଓ ଯୁଦ୍ଧ ବିଶ୍ୱ ଅର୍ଥନୀତିକୁ ପ୍ରଭାବିତ କରିଛି । ତେବେ ୨୦୨୨-୨୩ରେ ଦେଶର ଜିଡିପି ୭.୮ପ୍ରତିଶତ ରହିବା ଆକଳନ । ଜାତୀୟ ହାରଠୁ ଓଡ଼ିଶା ଅଭିବୃଦ୍ଧି ହାର ଅଧିକ ରହିବା ଆକଳନ । ଓଡ଼ିଶାର ଅଭିବୃଦ୍ଧି ୯ରୁ ୯.୫ପ୍ରତିଶତ ରହିପାରେ ।
ଅର୍ଥ ବିଭାଗ ପାଇଁ ୧୮ ହଜାର ୫୪୨ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ରାଜସ୍ବ ବିଭାଗ ପାଇଁ ୭୪,୯୯,୧୭୯ ଟଙ୍କା ବ୍ୟୟବରାଦ ହୋଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ- ୧୦,୧୬,୫୩,୭୭୯ ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ବାଣିଜ୍ୟ ବିଭାଗ-୮୬, ୭୯, ୭୫ ଟଙ୍କା ବ୍ୟୟବରାଦ ଏବଂ ଖାଦ୍ୟ ଯୋଗାଣ-୬୦,୨୪,୩୮୦ ଟଙ୍କା ବ୍ୟୟବରାଦ ହୋଇଛି ।ସେହିପରି ଅବଢ଼ା ପାଇଁ ୧,୪୦୮ କୋଟି, ଏକାମ୍ର ଉନ୍ନତି ପାଇଁ ୨୦୦ କୋଟି,, ସମଲେଇ ମନ୍ଦିରକୁ ୨ ଶହ କୋଟି, ପର୍ୟ୍ୟଟନ ବିକାଶ ପାଇଁ ୧୫୦ କୋଟି, ବିଜୁ ସେତୁ ଯୋଜନା ପାଇଁ ୧ ହଜାର ୬୮୮ କୋଟି, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ପାଇଁ ୧୧ଶହ କୋଟି ଟଙ୍କା ଖର୍ଚ୍ଚ ହେବ । ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ପାଇଁ ୬୭୫ କୋଟି ଟଙ୍କା ବ୍ୟୟବରାଦ ହୋଇଛି ।
ନିଶୁଳ୍କ ଓ ଗୁଣାତ୍ମକ ସ୍ୱାସ୍ୱ୍ୟ ସେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ଥିବା ବେଳେ ଈଝକଣ ପାଇଁ ୧୮୬୪କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ସେହିଭଳି । ମିଶନଶକ୍ତିରେ ଝଐଏରେ ୭୦ଲକ୍ଷ ମହିଳା ଯୋଡ଼ି ହୋଇଛନ୍ତି । ମିଶନଶକ୍ତି ପାଇଁ ୨ହଜାର କୋଟି ଟଙ୍କାର ବ୍ୟୟ ବରାଦ, ଶିକ୍ଷା ବିଭାଗ ପାଇଁ ୨୬ହଜାର ୪୯୨କୋଟି ବ୍ୟୟ ବରାଦ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ଯୋଜନା ପାଇଁ ୨୦ହଜାର ୩୪୪କୋଟି, କାଳିଆ ଯୋଜନା ପାଇଁ ୧ହଜାର ୮ଶହ ୭୪କୋଟି, ସାର ଓ ବିହନ ପାଇଁ ସୁଧମୁକ୍ତ ରଣ ବାବଦକୁ ୧୦୦କୋଟି ଟଙ୍କା, ଶସ୍ୟ ଉତ୍ପାଦନ ପରିଚାଳନା ବାବଦକୁ ୬ଶହ ୮୮କୋଟି ଟଙ୍କା, ଉଦ୍ୟାନ କୃଷି ବିକାଶ ଯୋଜନା ପାଇଁ ୧୫୭କୋଟି ଟଙ୍କା, ଙଟଇଞରେ ଗବେଷଣା ଓ ଶିକ୍ଷା ପାଇଁ ୧୦୬ କୋଟି, ପଶୁ ସମ୍ପଦର ସ୍ୱାସ୍ଥ୍ୟ ଏବଂ ରୋଗ ନିୟନ୍ତ୍ରଣ ପାଇଁ ୨୭୩କୋଟି ଟଙ୍କା, ସଘନ ଓ ଆଭ୍ୟନ୍ତରୀଣ ମତ୍ସ୍ୟଚାଷ ବିକାଶ ପାଇଁ ୧୮୨କୋଟି, କୁକୁଡା ଚାଷ ପାଇଁ ୮୭କୋଟି, ଦୁଗ୍ଧ ଉତ୍ପାଦନ ବୃଦ୍ଧି ଲାଗି ୩୧କୋଟି, କୃଷକଙ୍କୁ ସୁଧ ରିହାତି ବାବଦକୁ ୨୦୧କୋଟି ଟଙ୍କା, ଫସଲ ବୀମା ପ୍ରିମିୟମ ସବସିଡି ବାବଦକୁ ୧୦୦କୋଟି, ସମବାୟ ବ୍ୟାଙ୍କଗୁଡ଼ିକୁ ଅଂଶଧନ ସହାୟତା ପାଇଁ ୧୫୦କୋଟି, ଜଳସେଚନ କ୍ଷେତ୍ରରେ ବିଭିନ୍ନ ଯୋଜନା ପାଇଁ ୫୫୨୩କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।