କଥା ରଖିଲେ ମୁଖ୍ୟମନ୍ତ୍ରୀ

ପ୍ରତିଶ୍ରୁତି ଦେଇ କଥା ରଖିଛନ୍ତି ମୁଖ୍ୟମନ୍ତ୍ରୀ । ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶକୁ ରାଜ୍ୟ କ୍ୟାବିନେଟ ମଂଜୁରୀ ମିଳିଛି । ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି ସ୍ୱତନ୍ତ୍ର ଅଧ୍ୟାଦେଶକୁ ମଂଜରୀ ମିଳିଛି । ଲିଙ୍ଗରାଜ ମନ୍ଦିର ପରିଚାଳନା ଓ ସୁଶାସନକୁ ଦୃଷ୍ଟିରେ ରଖି ଏହାର ପରିଚାଳନା ଦାୟିତ୍ଵ ଏକ କମିଟିକୁ ଦେବା ନେଇ ଅଧ୍ୟାଦେଶକୁ ଅନୁମୋଦନ ମିଳିଛି। ଏହାଦ୍ୱାରା ମନ୍ଦିରର କାର‌୍ୟ୍ୟଗୁଡ଼ିକର ଉତ୍ତମ ଏବଂ ସଠିକ୍ ପରିଚାଳନା ହେବା ସହିତ ତୀର୍ଥଯାତ୍ରୀ, ଭକ୍ତ ଏବଂ ଉପାସକମାନଙ୍କୁ ଉନ୍ନତ ସୁବିଧା ମିଳିପାରିବ । ଏହା ମଧ୍ୟ ମନ୍ଦିରର ସମ୍ପତ୍ତି ସୁରକ୍ଷିତ ରଖିବା ପାଇଁ କମିଟିକୁ ସଶକ୍ତ କରିବ ।

ଏହି ଅଧ୍ୟାଦେଶରେ ଥିବା ବ୍ୟବସ୍ଥା ଅନୁସାରେ ଶ୍ରୀମନ୍ଦିର ଢ଼ାଞ୍ଚାରେ ପରିଚାଳିତ ହେବ ଶ୍ରୀଲିଙ୍ଗରାଜ ମନ୍ଦିର। ମନ୍ଦିର କାର‌୍ୟ୍ୟର ଉତ୍ତମ ଓ ସଠିକ୍ ପରିଚାଳନା ପାଇଁ ନିଷ୍ପତ୍ତି ନିଆଯାଇଛି । ଅଧ୍ୟାଦେଶରେ ପରିଚାଳନା କମିଟିର ଗଠନ, ସଭ୍ୟ ସଂଖ୍ୟା, କ୍ଷମତା ପରିସର, ଦାୟିତ୍ବ ଆଦି ସମ୍ପର୍କରେ ବିସ୍ତୃତ ବିବରଣୀ ରହିଛି । ସେହିପରି ପୁରୀ ଶ୍ରୀମନ୍ଦିର ଭଳି ଲିିଙ୍ଗରାଜ ମନ୍ଦିରର ମଧ୍ୟ ଜଣେ ପ୍ରଶାସକ ରହିବେ । ଲିଙ୍ଗରାଜ ମନ୍ଦିର ଓ ଏହାର ସମ୍ପତ୍ତିର ପରିଚାଳନା ଏହି କମିଟି ବୁଝିବ ।

କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲିଙ୍ଗରାଜ ମନ୍ଦିର ଗସ୍ତ କରିଥିଲେ । ଏକାମ୍ର କ୍ଷେତ୍ର ଯୋଜନାରେ ଚାଲିଥିବା ଲିଙ୍ଗରାଜ ମନ୍ଦିରର ବିକାଶମୂଳକ ଏବଂ ସୌନ୍ଦର‌୍ୟ୍ୟକରଣ କାମର ତଦାରଖ କରିଥିଲେ । ଏହି ସମୟରେ ଏକ ସ୍ୱତନ୍ତ୍ର ଆଇନ ପ୍ରଣୟନ ସଂପର୍କରେ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ।ପ୍ରତିଶ୍ରୁତି ରକ୍ଷା କରି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକ ଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର ଅଧ୍ୟାଦେଶକୁ ମଞ୍ଜୁରୀ ଦେଇଛି ।

Comments (0)
Add Comment