‘ବିକାଶରେ ବାଧକ ରାଜନୀତିକରଣ’

ନୀତି ଆୟୋଗର ଗଭର୍ଣ୍ଣିଂ କାଉନସିଲ୍ ବୈଠକରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଶାସନ ମୁଖ୍ୟ ମଧ୍ୟ ଯୋଗ ଦେଇଥିଲେ । ନୀତି ଆୟୋଗ ବୈଠକରେ ଯୋଗଦେଇ ଖୁବ କଡାକଥା କହିଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ ପଟ୍ଟନାୟକ କହିଛନ୍ତି, ପ୍ରତ୍ୟେକ ଅପରାଧକୁ ରାଜନୀତି କରଣ କରାଯାଉଛି । ନିର୍ବାଚିତ ସରକାରଙ୍କ ପ୍ରତ୍ୟେକ କାମକୁ ରାଜନୈତିକ ଦୃଷ୍ଟି କୋଣରୁ ଦେଖାଯାଉଛି । ଏହା ଦେଶର ଉନ୍ନତି ଓ ବିକାଶ କାମରେ ବଡ ବାଧକ । ନିର୍ବାଚିତ ହେବାପରେ ସରକାର ଦଳମତ ନିର୍ବିଶେଷରେ ଲୋକଙ୍କ ହିତ ପାଇଁ କାମ କରିବା ଦରକାର ।

ନିର୍ବାଚିତ ସରକାରର ପ୍ରତି କାମକୁ ରାଜନୈତିକ ଦୃଷ୍ଟିରେ ଦେଖାଯାଉଛି। ଏସବୁ ଦେଶର ଶାନ୍ତି ଏବଂ ବିକାଶରେ ବଡ଼ ବାଧକ। ଏବେ ସମୟ ଆସିଛି ଦେଶ ଏମିତି ନିର୍ବାଚନୀ ବାତାବରଣରୁ ଉର୍ଦ୍ଧ୍ୱକୁ ଆସିବା ଆବଶ୍ୟକ । ନିର୍ବାଚନ ବାତାବରଣରୁ ବାହାରି ନିର୍ବାଚିତ ସରକାରକୁ କାମ କରିବାକୁ ଦିଆଯାଉ ବୋଲି ମତ ରଖିଛନ୍ତି ମୁଖ୍ୟମନ୍ତ୍ରୀ। ନୀତି ଆୟୋଗରେ ନବୀନ ପଟ୍ଟନାୟକ ଏଭଳି ମନ୍ତବ୍ୟ ଦେଇ କେନ୍ଦ୍ରକୁ ପରୋକ୍ଷରେ ଟାର୍ଗେଟ କରିଛନ୍ତି । ଏହାକୁ ନେଇ ବିରୋଧୀ ସରକାରଙ୍କୁ ଟାର୍ଗେଟ କରିଥିବାବେଳେ ବିଜେଡି କହିଛି, ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ଯାହା ଦାବି ଉଠାଇଛନ୍ତି ତାହା ଯଥାର୍ଥ । ଦେଶରେ ବର୍ତମାନ ବିଜେପି ଟାର୍ଗେଟରେ ଅଣ-ବିଜେପି । ପଶ୍ଚିମବଙ୍ଗରେ ବର୍ତମାନ ବିଜେପି ଓ ଶାସକ ତୃଣମୂଳ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି । ଆଉ ଏଭଳି ସମୟରେ ଦୁଇ ଦଶନ୍ଧିଧରି ଶାସନଗାଦିରେ ବସିଥିବା ମୁଖ୍ୟମନ୍ତ୍ରୀଙ୍କ କଡକଥା ନିଶ୍ଚିତରୂପେ ଗୁରୁତ୍ୱ ରଖୁଛି ।

ଏହାସହ ବିଭିନ୍ନ ସମୟରେ ଅନେକ ରାଜନୈତିକ ଦଳ ଲୋକସଭା ଓ ରାଜ୍ୟ ବିଧାନସଭାରେ ମହିଳା ସଂରକ୍ଷଣ ଉପରେ ମତ ଦେଉଛନ୍ତି । ଏହାକୁ ସତ କରିବାକୁ ହେବ । ନହେଲେ ଇତିହାସ କେବେବି କ୍ଷମା ଦେବ ନାହିଁ । ଦେଶ ବିକାଶ ରାସ୍ତାରେ ଆଗକୁ ବଢିବାକୁ ହେଲେ ସମସ୍ତ କ୍ଷେତ୍ରକୁ ଗୁରୁତ୍ୱ ଦେବାକୁ ପଡିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରତିବର୍ଷ ଲକ୍ଷ ଲକ୍ଷ ପରୀକ୍ଷାର୍ଥୀ ୟୁପିଏସସି, ଏନଇଇଟି, ଜେଇଇ ଆଦି ପରୀକ୍ଷା ଦେଉଛନ୍ତି । ପରୀକ୍ଷାର ପ୍ରକ୍ରିୟାକୁ ତର୍ଜମା କରିବା ଆବଶ୍ୟକ । କିପରି ପରୀକ୍ଷାର୍ଥୀମାନେ ଅଧିକ ଅର୍ଥ ଦେଇ କୋଚିଂ କ୍ଲାସରୁ ବର୍ତ୍ତିବେ ସେନେଇ ମଧ୍ୟ ବିଚାର କରାଯିବା ଉଚିତ । କାରଣ ଅନେକ ଛାତ୍ରଛାତ୍ରୀ ଯେଉଁମାନେ ଗ୍ରାମାଞ୍ଚଳରେ ରୁହନ୍ତି ସେମାନେ ଅଧିକ ଅର୍ଥ ବ୍ୟୟ କରି କୋଚିଂ ନେବା ସମ୍ଭବ ନୁହେଁ ।
ଅନ୍ୟପଟେ ନୀତି ଆୟୋଗ ବୈଠକରେ ପ୍ରଧାନମନ୍ତ୍ରୀ କହିଛନ୍ତି, କରୋନା ବେଳେ ମିଳିତ ଭାବେ କାର୍ୟ୍ୟ କରିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର। କରୋନା ମହାମାରୀ ପରିଚାଳନାରେ ସାରା ବିଶ୍ୱରେ ନିଜର ଭଳି ଛବି ସୃଷ୍ଟି କରିଛି ଭାରତ। ସ୍ୱାସ୍ଥ୍ୟ ସେବା, ଟିକାକରଣକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି। ଦେଶରେ ମାଗଣା ବିଦ୍ୟୁତ ଓ ଗ୍ୟାସ ସଂଯୋଗ, ଅଭାବୀଙ୍କୁ ସ୍ୱାବଲମ୍ବୀ କରିବାରେ ଉଲ୍ଲେଖନୀୟ କାର୍ୟ୍ୟ କରିଛନ୍ତି ସରକାର। କରୋନା ଯୋଗୁ ପ୍ରଭାବିତ ଅର୍ଥନୀତିକୁ ସୁଧାରିବା ବ୍ୟବସ୍ଥା କରାଯାଉଛି।

Comments (0)
Add Comment