ଏଣିକ ଓଡିଶାରେ ଦୂର ହେବ ଟିକା ସମସ୍ୟା । ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟା ସାହାଯ୍ୟରେ ବିଶ୍ୱ ବଜାରରୁ ୩ କୋଟି ୮୦ ଲକ୍ଷ ଭ୍ୟାକ୍ସିନ୍ କିଣିବ ଓଡିଶା । ୪ ମାସ ମଧ୍ୟରେ ଟିକା କିଣିବାକୁ ସମୟ ସୀମା ଧାର୍ୟ୍ୟ କରାଯାଇଛି । ଏଥିପାଇଁ ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟା ଆହ୍ୱାନ କରାଯାଇଥିବାବେଳେ ଆସନ୍ତା ୨୮ ତାରିଖ ପରେ ୨୮ ମେ ପରେ ବିଡିଂ ସଫଳ ହେଲେ ରାଜ୍ୟ ସରକାର ଭ୍ୟାକ୍ସିନ କିଣିବେ ବୋଲି ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।
ରାଜ୍ୟରେ ଭ୍ୟାକସିନ କାର୍ୟ୍ୟକ୍ରମକୁ ତ୍ବରାନିତ କରିବା ପାଇଁ କ୍ୟାବିନେଟରେ ଗ୍ଲୋବାଲ ଟେଣ୍ଟର ପକ୍ରିୟା କାର୍ୟ୍ୟକ୍ଷମ କରାଯାଇଛି । ଏନେଇ ୱେବସାଇଟ ଜରିଆରେ ସୂଚନା ମଧ୍ୟ ଦିଆଯାଇଛି । ଆସନ୍ତା ୪ ମାସ ଭିତରେ ନିର୍ଦ୍ଧିଷ୍ଟ କମ୍ପାନୀ ଓଡିଶାକୁ ଏହି ଟିକା ଯୋଗାଇବ । ଏହି ଟେଣ୍ଡର ପ୍ରକ୍ରିୟାରେ ବିଶ୍ୱର ଯେକୌଣସି କୋଣରୁ କୌଣସି କମ୍ପାନି ଯୋଗ ଦେଇପାରିବେ ବୋଲି କୁହାଯାଇଛି । ରାଜ୍ୟରେ ଭାକ୍ସିନେସନ ପାଇଁ ଏକ କମିଟି ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ଯେଉଁଥିରେ ଖ୍ୟାତନାମା ଡାକ୍ତର ଏବଂ ବୈଜ୍ଞାନିକ ରହିଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ । ରାଜ୍ୟରେ କଣ ଆବଶ୍ୟକତା ରହିଛି, ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସ୍ଥିତିରେ ସୁଧାର ଆଣିବା ପାଇଁ ବିଶେଷତ ଏହି ଟିମ ସରକାରଙ୍କୁ ପରାମର୍ଶ ଦେବେ । ଗତ କିଛି ଦିନ ତଳେ କ୍ୟାବିନେଟରେ ଟିକା କିଣିବାକୁ ଗ୍ଲୋବାଲ ଟେଣ୍ଡରକୁ ଅନୁମୋଦନ ମିଳିଥିଲା । ରାଜ୍ୟବାସୀଙ୍କୁ ପର୍ୟ୍ୟାପ୍ତ ପରିମାଣର ଟିକା ଯୋଗାଇଦେବାକୁ ଗତକାଲି ଔଷଧ ନିଗମ ପକ୍ଷରୁ ଗ୍ଲୋବାଲ ଟେଣ୍ଡର କରାଯାଇଛି ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।
ରାଜ୍ୟରେ ସମସ୍ତଙ୍କୁ ଟିକା ପ୍ରଦାନ କରିବା ରାଜ୍ୟ ସରକାରଙ୍କ ପ୍ରଧାନ୍ୟ ଲକ୍ଷ । କରୋନା ଚେନକୁ ବ୍ରେକ କରିବାକୁ ରାଜ୍ୟ ସରକାର ଟିକାକରଣ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ।ଟିକାକରଣ, ପରବର୍ତ୍ତୀ ଲହର ସମ୍ଭାବନା ବିଷୟରେ ମଧ୍ୟ ପରାମର୍ଶ ଦେବେ କରୋନା ମୁକାବିଲା ପାଇଁ ଗଠନ ହୋଇଥିବା ଉଚ୍ଚସ୍ତରୀୟ କମିଟି ।କମିଟିର ପରାମର୍ଶ ଅନୁସାରେ ରାଜ୍ୟ ସରକାର ପଦକ୍ଷେପ ନେବେ। ଲକଡାଉନ୍ କାରଣରୁ ପଶ୍ଚିମ ଓଡ଼ିଶାରେ ସଂକ୍ରମଣ କମିବାରେ ଲାଗିଛି ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର । ସେ କହିଛନ୍ତି ରାଜ୍ୟର ୧୦ ଜିଲ୍ଲାରେ ସଂକ୍ରମଣ ସ୍ଥିର ଅଛି ବା କମିବାରେ ଲାଗିଛି । ୧୦ ଦିନ ହେଲା ଲକଡାଉନରେ ରହିଛି ରାଜ୍ୟ । ତେଣୁ ୧୦ଟି ଜିଲ୍ଲାରେ ସଂକ୍ରମଣ କମିଥିବା ଦେଖାଯାଇଛି ।