ଆନ୍ଧ୍ରରେ ଓମିକ୍ରନ ଚିହ୍ନଟ ପରେ ସତର୍କ ହେଲେ ଓଡିଶା ସରକାର । ରାଜ୍ୟର ସମସ୍ତ ବଡର୍ର ଜିଲ୍ଲା ଗୁଡିକୁ ସଜାଗ କରାଇଲେ ସରକାର । ଏନେଇ ପ୍ରତିକ୍ରିୟା ରଖି ଡିଏମଇଟି କହିଛନ୍ତି ଆନ୍ଧ୍ରରେ ଓମିକ୍ରନ ବାହରିବା ନେଇ ଆମ ପାଖରେ ଖବର ଅଛି । କିନ୍ତୁ ଏଥିପାଇଁ ରାଜ୍ୟବାସୀଙ୍କୁ ଭୟଭୀତ କିମ୍ବା ଆତଙ୍କିତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି । ଯେଉଁମାନେ ବିଦେଶରୁ ଆସୁଛନ୍ତି ସେମାନଙ୍କର ବିମାନ ବନ୍ଦରରେ ଟେଷ୍ଟିଂ କରାଯାଉଛି । ଏପର୍ୟ୍ୟନ୍ତ ଆମ ଓଡିଶାରେ କୌଣସି ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇନହାନ୍ତି ।କ୍ଲଷ୍ଟରରୁ ପଜିଟିଭ ହେଉଥିବା କିମ୍ବା ବିଦେଶ ଫେରନ୍ତାଙ୍କର ଆମେ ଜେନମ ସିକ୍ୟୁଏନ୍ସିଂ କରାଯାଉଛି ବୋଲି ଡିଏମଇଟି କହିଛନ୍ତି ।