ରାଜ୍ୟରେ ୩ କୋଟି ଟପିଲା ପ୍ରଥମ ଡୋଜ ଟିକାକରଣ

ରାଜ୍ୟରେ ୩ କୋଟି ଟପିଲା ପ୍ରଥମ ଡୋଜ ଟିକାକରଣ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଟୁଇଟରରେ ସୂଚନା ଦେଇଛନ୍ତି । ସେ ଟୁଇଟରରେ ଲେଖିଛନ୍ତି, ଟିକାକରଣରେ ଓଡ଼ିଶା ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି । ରାଜ୍ୟରେ ଏଯାଏଁ ୩ କୋଟିରୁ ଅଧିକ ଲୋକ ପ୍ରଥମ ଡୋଜ ନେଇସାରିଛନ୍ତି ।
ଏଣେ ରାଜ୍ୟରେ ଏବେ ୩୪୫୩ ଟିକାକରଣ କେନ୍ଦ୍ରରେ ଟିକାକରଣ ଚାଲିଛି। ସେଥିରୁ ୧୧୯୧ଟି ଟୀକାକରଣ କେନ୍ଦ୍ରରେ ୧୫ରୁ ୧୮ବର୍ଷର କିଶୋରଙ୍କୁ ଟିକା ଦିଆଯାଉଛି । ଏ ବର୍ଗର ୩ ଲକ୍ଷ ୪୨ ହଜାର ୩୩୨ ଜଣଙ୍କୁ ଟିକା ଦିଆଯାଇଛି। ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ । ସେ କହିଛନ୍ତି, ଏହା ଭିତରେ ପ୍ରଥମ ଡୋଜ ୯୧ପ୍ରତିଶତ ଲୋକଙ୍କୁ ଦିଆଯାଇଛି। ସେଥିମଧ୍ୟରୁ ଦ୍ଵିତୀୟ ଡୋଜ ନେବା ପାଇଁ ସମୟ ହୋଇଥିବା ଲୋକଙ୍କ ମଧ୍ୟରୁ ୯୦ ପ୍ରତିଶତ ଲୋକ ନେଇ ସାରିଛନ୍ତି । ଆସନ୍ତା ୧୦ ତାରିଖରେ ଆରମ୍ଭ ହେବ ପ୍ରିକସନ ଡୋଜ। ସମ୍ମୁଖ ଯୋଦ୍ଧା, ବିଭିନ୍ନ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ପ୍ରିକସନ ଡୋଜ ଦିଆଯିବ ।

Comments (0)
Add Comment