୪କୋଟି ଟପିଲା ଟିକାକକରଣ

ଓଡ଼ିଶାରେ ୪କୋଟି ଟପିଲା କରୋନା ଟିକାକକରଣ ଳ କରୋନା ଟିକାକରଣ କ୍ଷେତ୍ରରେ ରାଜ୍ୟ ଆଉ ଏକ ମାଇଲଖୁଣ୍ଟଅତିକ୍ରମ କରିଛି । ରାଜ୍ୟବାସୀ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଟୁଇଟ କରି ଶୁଭେଚ୍ଛା ଜଣାଇଲା ସ୍ୱାସ୍ଥ୍ୟବିଭାଗ ।
ରାଜ୍ୟରେ ଟିକାକରଣ ଜୋରସୋରରେ ଚାଲିଥିବା ବେଳେ ଏଣିକି ବସଷ୍ଟାଣ୍ଡ ଓ ରେଲୱେ ଷ୍ଟେସନରେ ଦିଆଯିବ ଟିକା । ପରିବାର କଲ୍ୟାଣ ନିର୍ଦ୍ଦେଶକ ଏନେଇ ସୂଚନା ଦେଇଛନ୍ତି । ରାଜ୍ୟରେ ଜାନୁଆରୀ ୧୬ରୁ ଆରମ୍ଭ ହୋଇଥିଲା ଟିକାକରଣ ।
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୬୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୫୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୧୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୪୪ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି ।

Comments (0)
Add Comment