ଅକ୍ସିଜେନ ଦେଲା ଓଡିଶା

ସାରା ଦେଶରେ ଅକ୍ସିଜେନ ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଓଡିଶା ବଢାଇଛି ସହାୟତାର ହାତ । ବିପଦ ବେଳର ବନ୍ଧୁ ସାଜିଛି ଓଡିଶା । ବିିଭିନ୍ନ ରାଜ୍ୟରେ ଦେଖାଦେଇଥିବା ଅମ୍ଲଜାନ ଅଭାବକୁ ପୂରଣ କରିବା ପାଇଁ ଆଗେଇ ଆସିଛି ଓଡିଶା । ଯାଜପୁର କଳିଙ୍ଗନଗର ଟାଟାଷ୍ଟିଲ କାରଖାନାରୁ ଗଡିଛି ଅକ୍ସିଜେନ୍ ଗାଡି । ଯାଜପୁର ପୋଲିସର ଏସ୍କର୍ଟରେ ତିନୋଟି ଅକ୍ସିଜେନ ଟ୍ୟାଙ୍କର ମହାରାଷ୍ଟ୍ରର ପୁନେ ଓ ଆନ୍ଧ୍ରପଦେଶର ବିଶାଖପାଟଣା ଗସ୍ତ କରିଛି ।

ସାରା ଦେଶରେ ଅକ୍ସିଜେନର ଅଭାବ ଯୋଗୁଁ କରୋନା ରୋଗୀଙ୍କ ମୃତ୍ରୁ ଘଟଣା ସାମ୍ନାକୁ ଆସିଛି । ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଳିଙ୍ଗନଗର ଟାଟା ଷ୍ଟିଲ ଅକ୍ସିଜେନ ଯୋଗାଇବ ବୋଲି ଘୋଷଣା କରିଥିଲେ । ଯାଜପୁର ପୋଲିସର ସୁରକ୍ଷା ମଧ୍ୟରେ ଏହି ଅକ୍ସିଜେନ ଭ୍ୟାନ ପଠାଯାଇଥିବା ସୁଚନା ଦେଇଛନ୍ତିି ଯାଜପୁର ଏସପି ରାହୁଲ ପି.ଆର । ଗତକାଲି ଅନୁଗୁଳ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡରୁ ଏକ ସ୍ଵତନ୍ତ୍ର ଗାଡ଼ିରେ ପ୍ରାୟ ୨୨ ଟନ ଅକ୍ସିଜେନ୍ ବିଶାଖାପାଟଣା ପଠାଯାଇଥିଲା

ସେପଟେ, ଅକ୍ସିଜେନ ଅଭାବ ଭିତରେ ବିଶାଖପାଟଣାରୁ ମହାରାଷ୍ଟ୍ର ଅଭିମୁଖେ ଗଡିଛି ପ୍ରଥମ ଅକ୍ସିଜେନ ଏକ୍ସପ୍ରେସ । ଏହି ଅକ୍ସିଜେନ ଏକ୍ସପ୍ରେସରେ ୭ଟି ଟ୍ୟାଙ୍କରରେ ଅକ୍ସିଜେନ ପଠାଯାଇଛି । ପ୍ରତି ଟ୍ୟାଙ୍କରରେ ରହିଛି ୧୫ ଟନ ଲେଖାଏଁ ତରଳ ମେଡିକାଲ ଅକ୍ସିଜେନ । ଗତକାଲି ସନ୍ଧ୍ୟାରେ ବିଶାଖପାଟନମର ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡରୁ ମହାରାଷ୍ଟ୍ର ଅଭିମୁଖେ ଯାତ୍ରା କରିଛି । ଏହା ପଶ୍ଟିମ ଭାରତର ବିଭିନ୍ନ ଅଂଚଳର ଡାକ୍ତରଖାନା ଓ କରୋନା ରୋଗୀଙ୍କ ପାଇଁ ସହାୟକ ହେବ । ମହାରାଷ୍ଟ୍ର କାମ୍ବୋଲି ଗୁଡସ-ସେଡରୁ ୭ଟି ଖାଲି ଟ୍ୟାଙ୍କର ଗତକାଲି ସକାଳେ ବିଶାଖପାଟନମ ପହଂଚିଥିଲା । ଏହାପରେ ସେହି ଖାଲି ଟ୍ୟାଙ୍କରରେ ଏକ୍ସିଜେନ ଭର୍ତି କରାଯିବା ପରେ ମହାରାଷ୍ଟ୍ର ଅଭିମୁଖେ ଯାତ୍ରା କରିଛି ।
ଗତକାଲି ନବୀନ ପଟ୍ଟନାୟକ ଦିଲ୍ଲୀକୁ ଅକ୍ସିଜେନ ଯୋଗାଇଦେବା ନେଇ କହିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୱାଲ ନବୀନଙ୍କୁ ଧନ୍ୟବାଦ ଜଣାଇଥିଲେ । ସେହିପରି ମହାରାଷ୍ଟ୍ରକୁ ମଧ୍ୟ ଓଡିଶାରୁ ଅମ୍ଲଜାନ ପଠାଯାଇଛି । ବିପଦ ବେଳେ ବନ୍ଧୁତାର ହାତ ବଢାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଉଦ୍ଧବ ଠାକେର ।

Comments (0)
Add Comment