ତୃତୀୟ ଲହର ପାଇଁ ୩ଟି ପ୍ରସଙ୍ଗ ଉପରେ ଫୋକସ

ତୃତୀୟ ଲହର ପାଇଁ ଖୁବ ଶୀଘ୍ର ଆସିବ ବୋଲି ଅନୁମାନ କରାଯାଉଛି ।ଏଥିପାଇଁ ରାଜ୍ୟସରକାର ପ୍ରସ୍ତୁତ ଆରମ୍ଭ କରିଦେଇଛନ୍ତି । ତୃତୀୟ ଲହର ପାଇଁ ମୁଖ୍ୟତଃ ୩ଟି ଉପରେ ଫୋକସ କରାଯାଉଛି । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ଅଧିକରୁ ଅଧିକ ଲୋକଙ୍କୁ ଟୀକା କାରଣ ଉପରେ ଫୋକସ କରାଯାଉଛି । ସେହିପରି ତୃତୀୟ ଲହର ପାଇଁ ୩ ମାସିଆ ସର୍ଭଲାନ୍ସ ଜାରି ରହିବ ଏବଂ ଭିତ୍ତିଭୂମି ପ୍ରସ୍ତୁତ କରାଯିବ। ସ୍ୱତନ୍ତ୍ର ଗ୍ରୁପର ଚିକିତ୍ସା କରାଯିବ।

ତୃତୀୟ ଲହରରେ ଅଧିକାଂଶ ଶିଶୁ ଆକ୍ରାନ୍ତ ହେବାର ଆଶଙ୍କା ରହିଥିବାରୁ ଏହାକୁ ଏହାକୁ ଦୃଷ୍ଟିରେ ରଖି ଟ୍ରେନିଂ ଆରମ୍ଭ କରାଯାଇଛି। କେନ୍ଦ୍ରୀୟ ଟିମ୍ ବିଭିନ୍ନ ଜିଲ୍ଲାରେ ସ୍ଥିତି ଅନୁଧ୍ୟାନ କରୁଛନ୍ତି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

Comments (0)
Add Comment