‘ଥାର୍ଡ ୱେଭ ଆସିବା ପୂର୍ବରୁ ଜଣାପଡିବ’

କରୋନା ଦ୍ୱିତୀୟ ଲହର ସଂକ୍ରମଣ ଏବେ ଧୀରେ ଧୀରେ କମିବାରେ ଲାଗିଛି । ତେବେ କିଛି ଦିନ ଭିତରେ ତୃତୀୟ ଲହର ଆସିବ ବୋଲି କୁହାଯାଉଛି । ତେବେ ଥାର୍ଡ ୱେଭ ଆସିବା ପୂର୍ବରୁ ଏହା ଜଣାପଡିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । କେବେ ଥାର୍ଡ ୱେଭ ଓଡିଶା ଆସିବା ତାହା ଆଗୁଆ ଜାଣିହେବ ବୋଲି ସେ କହିଛନ୍ତି ।

ଦ୍ୱିତୀୟ ଲହର ବମ୍ବେ ଓ ଦିଲ୍ଲୀରେ ଆସିବା ପରେ ଓଡିଶାକୁ ଆସିଥିଲା । ତେଣୁ ଥାର୍ଡ ୱେଭ ଆମ ଦେଶକୁ ଆସିଲେ ତାହା ଜାଣିହେବ । ମାତ୍ର ବର୍ତମାନଠୁ ଥାର୍ଡ ୱେଭ ନେଇ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେହିପରି ଭ୍ୟାକ୍ସିନ୍ ନେଇ ଆଇସିଏମଆର ଷ୍ଟଡି ଉପରେ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ଭ୍ୟାକ୍ସିନ୍ ନେଇ କରୋନା ପଜିଟିଭ୍ ହୋଇଥିବା ୨୭୪ ଜଣଙ୍କର ଅଧ୍ୟୟନ କରାଯାଇଥିଲା । ଭ୍ୟାକ୍ସିନ୍ ନେବା ଦ୍ୱାରା ସୁରକ୍ଷା ମିଳୁଛି ଏବଂ ସିଭିୟରିଟି ଅଧିକ ହେଉନାହିଁ । ଏହା ଆମ ଶରୀରରେ ଆଣ୍ଟିବଡ଼ି ମଧ୍ୟ ସୃଷ୍ଟି କରୁଛି । ତଥାପି ଏହାର ଅଧିକ ଅନୁଧ୍ୟାନ ଆବଶ୍ୟକ ରହିଛି । ରାଜ୍ୟ ସରକାରଙ୍କ ଦ୍ୱାରା ଗଠନ ହୋଇଥିବା ବୈଷୟିକ କମିଟି ଭ୍ୟାକ୍ସିନ୍ ନେବା ପରେ କେତେ ଲୋକ ସଂକ୍ରମିତ ହେଉଛନ୍ତି । କେତେ ଲୋକଙ୍କର ସିଭିୟରିଟି ହେଉଛି ସେ ନେଇ ଷ୍ଟଡି କରୁଥିବା ସେ କହିଛନ୍ତି ।

ସେହିପରି ରାଜ୍ୟରେ ସଂକ୍ରମଣ ସ୍ଥିର ରହିଛି ।ବେଳେ ବେଳେ ଉପର ତଳ ହେଉଛି । ସଂକ୍ରମଣ ବଢିଥିବା କିଛି ଜିଲ୍ଲା ଉପରେ ଅଧିକ ଫୋକସ କରାଯାଇଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

Comments (0)
Add Comment