୨୪ଘଂଟାରେ କରୋନାରେ ଗଲା ୭ ଜୀବନ

୨୪ଘଂଟାରେ ରାଜ୍ୟରେ ୬୩୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ୫୭ ହଜାର ୩୦୩ ନମୁନା ପରୀକ୍ଷା ହୋଇଥିବା ବେଳେ ପଜିଟିଭ ହାର ୧ ଦଶମିକ ୧୧ ପ୍ରତିଶତ ରହିଛି । କ୍ୱାରେଣ୍ଟାଇନ ସେଣ୍ଟରରୁ ୩୭୨ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କଣ୍ଟାକ୍ଟରୁ ଚିହ୍ନଟ ହୋଇଛନ୍ତି ୨୬୬। ଶୁନରୁ ୧୮ ବର୍ଷ ଭିତରେ ୯୩ ପିଲାଙ୍କୁ କରୋନା । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ କଟକରୁ ୬୬ ଜଣ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟ୍ ପୁଲରୁ ୫୨ ଜଣ ଅଛନ୍ତି।
ଅନୁଗୁଳରୁ ୧୭, ବାଲେଶ୍ୱରରୁ ୩୩, ବରଗଡ଼ରୁ ୭, ଭଦ୍ରକୁର ୧୪, ବଲାଙ୍ଗୀରରୁ ୨, ବୌଦ୍ଧରୁ ୧, ଦେବଗଡ଼ରୁ ୩, ଢ଼େଙ୍କାନାଳରୁ ୯, ଗଜପତିରୁ ୯, ଗଞ୍ଜାମରୁ ୪, ଜଗତସିଂହପୁରରୁ ୨୨, ଯାଜପୁରରୁ ୩୨, ଝାରସୁଗୁଡ଼ାରୁ ୨, କଳାହାଣ୍ଡିରୁ ୨, କେନ୍ଦ୍ରାପଡ଼ାରୁ ୧୫, କେନ୍ଦୁଝରରୁ ୧୪, କୋରାପୁଟରୁ ୩, ମାଲକାନାଗିରିରୁ ୫, ମୟୂରଭଞ୍ଜରୁ ୨୨, ନବରଙ୍ଗପୁରରୁ ୪, ନୟାଗଡ଼ରୁ ୨, ପୁରୀରୁ ୧୮, ରାୟଗଡ଼ାରୁ ୪, ସମ୍ବଲପୁରରୁ ୧୪, ସୋନପୁରରୁ ୨, ସୁନ୍ଦରଗଡ଼ରୁ ୧୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୨ ହଜାର ୮୦୫କୁ ବୃଦ୍ଧି ପାଇଛି ।
ସେପଟେ ୨୪ଘଂଟାରେ କରୋନାରେ ଗଲା ୭ ଜଣଙ୍କ ଜୀବନ । ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୦୬୨କୁ ବୃଦ୍ଧି ପାଇଛି ।

Comments (0)
Add Comment