ମିଳିଲା ଓଡ୍ରାଫ କର୍ମଚାରୀଙ୍କ ମୃତଦେହ

ମିଳିଲା ନିଖୋଜ ଓଡ୍ରାଫ ଯବାନ ସୀତାରାମ ମୁର୍ମୁଙ୍କ ମୃତଦେହ। ପ୍ରଥମେ ସକାଳୁ ଗୋଟିଏ ମୃତଦେହ ଉଦ୍ଧାର ହୋଇଥିଲା । ତାକୁ ସୀତାରାମହ୍କ ମୃତଦେହ ବୋଲି ସନ୍ଦେହ କରାଯାଉଥିଲା । ହେଲେ ପରେ ପରିବାର ମୃତଦେହକୁ ଚିହ୍ନଟ କରିପାରିନଥିଲେ । ଏହାପରେ ଏବେ ମୃତଦେହକୁ କଖଡି ମହାଳପଡାରୁ ଉଦ୍ଧାର କରାଯାଇଛି ।
ଗତକାଲି ମହାନଦୀରେ ଫସି ରହିଥିବା ହାତୀକୁ ଉଦ୍ଧାର ବେଳେ ଓଲଟି ପଡିଥିଲା ଓଡ୍ରାଫ୍ ବୋଟ୍। ଆଉ ନିଖୋଜ ହୋଇଯାଇଥିଲେ ଏହି ଓଡ୍ରାଫ ଯବାନ ଜଣଙ୍କ। ପୂର୍ବରୁ ନିଖୋଜ ଯବାନଙ୍କୁ ଖୋଜିବା ଲାଗି ଓଡ୍ରାଫ୍ ଓ ଏନଡିଆରଏଫର ଦୁଇଟି ବୋଟ୍ ସର୍ଚ୍ଚ ଅପରେସନରେ ଲାଗିଥିଲା। ହାତୀକୁ ଉଦ୍ଧାର କରିବା ପାଇଁ ଏକ ରବର ବୋଟ୍ରେ ଯାଇଥିଲେ ଓଡ୍ରାଫ କର୍ମଚାରୀଙ୍କ ସହ ଦୁଇଜଣ ଗଣମାଧ୍ୟମ ପ୍ରତିନିଧି । ପାଣିର ପ୍ରଖର ସ୍ରୋତରେ ଡଙ୍ଗାଟି ଓଲଟି ଯାଇଥିବାବେଳେ ପାଣିରେ ବୁଡି ଯାଇଥିଲେ ୭ ଜଣ । ଦଉଡି ସାହାଯ୍ୟରେ ଅନ୍ୟମାନଙ୍କୁ ଉଦ୍ଧାର କରାଯାଇଥିବାବେଳେ ଓଡ୍ରାଫ କର୍ମଚାରୀ ସୀତାରାମ ଓ ସାମ୍ବାଦିକ ଅରିନ୍ଦମଙ୍କୁ ଉଦ୍ଧାର କରାଯାଇ ପାରିନଥିଲା ।
ପରେ ଏକ ମାଛଧରା ଡଙ୍ଗାରେ ଅରିନ୍ଦମଙ୍କୁ ଉଦ୍ଧାର କଲା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ତେବେ ନିଖୋଜ ଥିଲେ ସୀତାରାମ ମୁର୍ମୁ । ଅନେକ ଖୋଜାଖୋଜି ପରେ ମିଳିନଥିବାବେଳେ ତାଙ୍କ ମୃତଦେହ ମିଳିଛି ।

Comments (0)
Add Comment