ବୁର୍ଲା ଭିସୁଟ୍ ସଟଡାଉନ୍ ହେବା ପରେ ଆଜି ହେବାକୁ ଥିବା ଅଫଲାଇନ୍ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । କରୋନା ସଂକ୍ରମଣ ପାଇଁ ଅଫ୍ ଲାଇନ ପରୀକ୍ଷାକୁ ବନ୍ଦ କରାଯାଇଛି। ବିଶ୍ୱବିଦ୍ୟାଳୟର ୨୯ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ପରେ ପ୍ରଶାସନ ସତର୍କ ପଦକ୍ଷେପ ନେଇଥିଲା । ବିଶ୍ୱବିଦ୍ୟାଳୟକୁ ସଟଡାଉନ ଘୋଷଣା କରାଯିବା ସହ କଣ୍ଟେଣ୍ଟମେଣ୍ଟ ଯୋନ ଓ ବଫର ଯୋନ ଘୋଷଣା କରାଯାଇଥିଲା ।
ପରବର୍ତ୍ତୀ ନିର୍ଦ୍ଦେଶନାମା ଆସିବା ପରେ ଜଣାପଡିବ ଏହି ପରୀକ୍ଷା କେବେ ହେବ । ଏନେଇ ନୋଟିସ ଜାରି କରିଛନ୍ତି ଭିସୁଟ୍ କୁଳପତି। ସଂକ୍ରମଣ ବୃଦ୍ଧି ପରେ, ୧୧ଟି ହଷ୍ଟେଲକୁ ମାଇକ୍ରୋ କଣ୍ଟେନ୍ମେଣ୍ଟ ଜୋନ୍ ଏବଂ ପୁଲହ ହଷ୍ଟେଲ ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ବଫର ଜୋନ୍ ଭାବେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଭିସୁଟ ଛାତ୍ରଛାତ୍ରୀଙ୍କ କରୋନା ସଂକ୍ରମଣ ଘଟଣାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି, ବର୍ତ୍ତମାନ ହଷ୍ଟେଲରେ ଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କର ଟେଷ୍ଟ ଚାଲିଛି । ଦିନେ ଦୁଇ ଦିନ ଭିତରେ ପୁରା ଚିତ୍ର ସାମନାକୁ ଆସିବ । କରୋନାର ନୂଆ ଷ୍ଟ୍ରେନ କିଛି ରାଜ୍ୟରେ ଦେଖାଯାଇଥିଲେ ମଧ୍ୟ ଓଡିଶାର ଏ ପର୍ୟ୍ୟନ୍ତ ଦେଖାଯାଇନାହିଁ । ତେଣୁ ଛାତ୍ରଛାତ୍ରୀଙ୍କ ନମୁନାରେ ନୂଆଷ୍ଟ୍ରେନ ଅଛି କି ନାହିଁ ତାହା ଜାଣିବା ପାଇଁ ନମୁନାକୁ ପୁନେ ପଠାଯିବ । ତେଣୁ ଭୟଭୀତ ନହେବା ପାଇଁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ।
ଅନିର୍ଦ୍ଦିଷ୍ଟ କାଳ ପାଇଁ ସମ୍ପୂର୍ଣ୍ଣ ସଟଡାଉନ ରହିବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ଛାତ୍ରଛାତ୍ରୀ ମାନେ ନିଜ ଘରକୁ ଫେରିବା ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ ଅନଲାଇନରେ ପାଠ ପଢିବେ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।