ରାଜ୍ୟରେ ସରିଲା ପୂରୁଣା କୋଭିଡ୍ ମୃତ୍ୟୁର ହିସାବ । ୨୪ ଘଂଟାରେ ୬ ଜଣ ଆକ୍ରାନ୍ତଙ୍କ କରୋନାରେ ମୃତ୍ୟୁ ହୋଇଛି । ଖୋର୍ଦ୍ଧାରୁ ୪, ଯାଜପୁର ଓ କଟକରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ଜୀବନ ଯାଇଛି ।
ଜୁଲାଇ ମାସର ପ୍ରଥମ ସପ୍ତାହରେ ରାଜ୍ୟ ସରକାର ବଳକା କୋଭିଡ ମୃତ୍ୟୁର ଘୋଷଣା ଆରମ୍ଭ ହୋଇଥିଲା । ଦୈନିକ ୩୦ରୁ ୪୦ ଭିତରେ ସୀମିତ ରହୁଥିବା କୋଭିଡ୍ ମୃତ୍ୟୁ ସଂଖ୍ୟା ହଠାତ୍ ୬୦ ପାର କରିଥିଲା । ଜୁଲାଇ ମାସରେ ୬୬ ହଜାର ୯୬୭ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୨୬୪ ଜଣଙ୍କ ମୃତ୍ୟୁ ହୋଇଥିଲା । ସେହିପରି ଅଗଷ୍ଟ ମାସରେ ୨୮ ହଜାର ୭୩୨ ଆକ୍ରାନ୍ତ ହୋଇଥିଲେ । ୨ ହଜାର ଆକ୍ରାନ୍ତଙ୍କ କରୋନାରେ ମୃତ୍ୟୁ ହୋଇଥିଲା । ରାଜ୍ୟରେ ଏବେ କୋଭିଡ୍ ୮ ହଜାର ୨୮କୁ ବୃଦ୍ଧି ପାଇଛି ।
୨୪ ଘଣ୍ଟାରେ ୭୫୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୪୩୮ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୩୧୬ ରହିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର କେବଳ ୧୦୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକରୁ ସର୍ବାଧିକ ୨୬୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୧୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।