ଡେଲଟାଠାରୁ ଦ୍ରୁତ ଗତିରେ ବ୍ୟାପୁଛି କରୋନାର ନୂଆ ପ୍ରଜାତି ଓମିକ୍ରନ । ଏନେଇ ସତର୍କ କରାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଡବ୍ଲୁଏଚଓ କହିଛି, ଡେଲଟା ଭୂତାଣୁ ଠାରୁ ଦ୍ରୁତ ଗତିରେ ବ୍ୟାପୁଛି ଓମିକ୍ରନ । ତେବେ ରୋଗୀଙ୍କ ଠାରେ ଗୁରୁତର ଲକ୍ଷଣ ଦେଖା ଯାଉନାହିଁ । ନଭେମ୍ବର ଶେଷ ସପ୍ତାହରେ ଦକ୍ଷିଣ ଆଫ୍ରିକାରେ ଓମିକ୍ରନ ଚିହ୍ନଟ ହେବା ପରେ ଏହା ୬୩ଟି ଦେଶକୁ ଏହା ବ୍ୟାପିଗଲାଣି ।
ମିଳିଥିବା ପ୍ରାଥମିକ ତଥ୍ୟକୁ ଅନୁଧ୍ୟାନ କରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବୈଷୟିକ କମିଟି କହିଛି, ସଂକ୍ରମଣ ନେଇ ଟିକାର ଯେଉଁ ପ୍ରଭାବ ଥିଲା, ତାହା ଓମିକ୍ରନ ଯୋଗୁଁ ହ୍ରାସ ପାଉଛି । ଯଦି ଗୋଷ୍ଠୀ ସଂକ୍ରମଣ ହୁଏ, ତେବେ ଏହା ଡେଲଟା ଭୂତାଣୁ ଠାରୁ ଅଧିକ ସଂକ୍ରାମକ ହେବ ବୋଲି କହିଛି ଡବ୍ଲୁଏଚଓ । ଓମିକ୍ରନ ସଂକ୍ରମଣ ରୋକିବାକୁ ଅନେକ ଦେଶ କଟକଣା ଲାଗୁ କରିଛନ୍ତି । ଟିକା ପ୍ରଭାବକୁ କରୋନାର ନୂଆ ପ୍ରଜାତି ହ୍ରାସ କରୁଥିବା କହିଛି ‘ହୁ’ ।