କରୋନାର ନୂଆ ପ୍ରଜାତି ଓମିକ୍ରନର ସଂକ୍ରମଣ ବଢୁଥିବା ବେଳେ ରାଜ୍ୟ ଗୁଡିକ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି କେନ୍ଦ୍ର ସରକାର ।ରାଜ୍ୟ ପାଇଁ ନିର୍ଦ୍ଦେଶାବଳୀ ଜାରି କଲା କେନ୍ଦ୍ର । ନିୟମ ପାଳନ କରିବାରେ ଅବହେଳା ନକରି କଡାକଡି ଭାବେ କୋଭିଡ ନିୟମ ମାନିବାକୁ ପରାମର୍ଶ ଦେଇଛନ୍ତି । ଏହାସହ ରାଜ୍ୟ ଗୁଡିକର ସଂକ୍ରମଣ ହାର ଏବଂ ଦୁଇ ଗୁଣା ସଂକ୍ରମଣର ସମୟ ଉପରେ ସତର୍କ ନଜର ରଖିବାକୁ ପରାମର୍ଶ ଦିଆଯାଇଛି । ଏହାସହ ଟିକାକରଣକୁ ଜୋରଦାର କରିବାକୁ କହିଛି କେନ୍ଦ୍ର । ଶତ ପ୍ରତିଶତ ଟିକାକରଣ ନିଶ୍ଚିତ କରିବାକୁ କୁହାଯାଇଛି । ଏହାସହ ଡୋର ଟୁ ଡୋର କ୍ୟାମ୍ପେନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି ।
ଆଗକୁ ନୂଆବର୍ଷ ଥିବା ବେଳେ ଭିଡକୁ ଦୃଷ୍ଟିରେ ରଖି କଟକଣା ଜାରି କରିବାକୁ ରାଜ୍ୟକୁ କହିଛି କେନ୍ଦ୍ର । ନାଇଟ କର୍ଫ୍ୟୁ ଜାରି କରିବା ସହ ବଡ ଧରଣର ଭିଡ ନକରିବାକୁ ପରାମର୍ଶ ଦେଇଛି । ଏହାସହ ଆଗକୁ ନିର୍ବାଚନ ଥିବା ରାଜ୍ୟ ଗୁଡିକରେ ଟିକାକରଣ ଉପରେ ବିଶେଷ ଗୁରୁତ୍ୱ ଦେବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ଗୁଡିକ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛି କେନ୍ଦ୍ର ।ଏସବୁ ଭିତରେ ଓଡ଼ିଶାରୁ ଆଉ ଦୁଇ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ନାଇଜେରିଆରୁ ଫେରିଥିବା ୨ ଜଣ ଓମିକ୍ରନ୍ ସଂକ୍ରମିତ ହୋଇଛନ୍ତି । ଏନେଇ ସ୍ପଷ୍ଟ କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର । ଦୁଇ ଜଣଙ୍କ ବୟସ ୧୧ ଓ ୧୫ ବର୍ଷ । ଦୁଇ ଜଣ ଝିଅ ବାପା ମାଆଙ୍କ ସହ ୧୩ ତାରିଖରେ ନାଇଜେରିଆରୁ ଫେରିଥିଲେ । ଦୁଇ ଝିଅ ଓମିକ୍ରନ୍ ସଂକ୍ରମିତ ହୋଇଥିବା ବେଳେ ବାପା ମାଆ ଓ ଡାଇଭ୍ରର ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ଆସିଛି ।