ଓଡ଼ିଶାରେ ଓମିକ୍ରନ ଆକ୍ରାନ୍ତ

ଓଡ଼ିଶାରେ ଓମିକ୍ରନ । ପ୍ରଥମ ଥର ପାଇଁ ଓଡ଼ିଶାରେ ୨ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନାଇଜେରିଆ ଓ କାତାରରୁ ଫେରିଥିବା ବ୍ୟକ୍ତିଙ୍କ ଠାରେ ଓମିକ୍ରନ ଭୂତାଣୁ ଚିହ୍ନଟ ହୋଇଛନ୍ତି । ଜିନମ ସ୍ୱିକେନ୍ସିଂ ପରେ ଏହି ଦୁଇ ଆକ୍ରାନ୍ତଙ୍କ ଶରୀରରେ ଓମିକ୍ରନ ଭୂତାଣୁ ଥିବା ଜଣାପଡିଛି । ଏନେଇ ଆଇଏଲଏସ ଅଜୟ ପରିଡା ସୂଚନା ଦେଇଛନ୍ତି ।

ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ପରେ କଟକଣାକୁ ଆହୁରି କଡାକଡି କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି । ଏବେ କେବଳ ମାସ୍କ, ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯାଉଛି । ଏହାବାଦ୍ ସହାରାଞ୍ଚଳରେ ନାଇଟ କର୍ଫ୍ୟୁ କଟକଣା ଜାରି ରହିଛି । ଗତ ୨୪ ଘଂଟା ମଧ୍ୟରେ ୫ ଟି ରାଜ୍ୟରୁ ୧୯ ଜଣ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଭାରତରେ ଓମିକ୍ରନ ଆକ୍ରାନ୍ତଙ୍କ ୧୭୪ ଛୁଇଛି । ଗତକାଲି ଦିଲ୍ଲୀରୁ ୮ ନୂଆ ଓମିକ୍ରମ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହା ପରେ କର୍ଣ୍ଣାଟକରୁ ୫. କେରଳରୁ ୪ ଏବଂ ରାଜସ୍ଥାନ, ଗୁଜୁରାଟରୁୁ ଜଣେ ଲେଖାଏଁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ଓମିକ୍ରନ ସଂକ୍ରମଣରେ ମହାରାଷ୍ଟ ଆଗରେ ରହିଛି । ମହାରାଷ୍ଟ୍ରରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୫୪ ରହିଥିବା ବେଳେ ଏହା ପଛକୁ ରହିଛି ଦିଲ୍ଲୀ । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦିଲ୍ଲୀରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୩୦ ଛୁଇଁଛି ।

Comments (0)
Add Comment