ଟୀକା ନେବାକୁ ଭୁଲିଗଲେ ଦେଢ କୋଟିରୁ ଅଧିକ

ଟୀକା ନେବାକୁ ଭୁଲିଗଲେ ଦେଢ କୋଟିରୁ ଅଧିକ । କରୋନାର ଦ୍ୱିତୀୟ ଡୋଜ୍ ନେବା ପାଇଁ ଭୁଲି ଗଲେ ଦେଶର ୧ କୋଟି ୬୦ ଲକ୍ଷ ଲୋକ । ଏମାନଙ୍କ ମଧ୍ୟରେ ୧ କୋଟିରୁ ଅଧିକ ବୟସ୍କ ବ୍ୟକ୍ତି ଅଛନ୍ତି । ପ୍ରଥମ ଡୋଜ୍ ଟିକା ନେବାର ୧୬ ସପ୍ତାହ ପରେ ଦ୍ୱିତୀୟ ଡୋଜ୍ ନେବା କଥା । ହେଲେ ୧ କୋଟି ୬୦ ଲକ୍ଷ ଲୋକ କୋଭିସିଲଡ୍ର ଦ୍ୱିତୀୟ ଡୋଜ୍ ନେଇ ନାହାନ୍ତି ।
କୋଭିସିଲଡର ପ୍ରଥମ ଡୋଜ୍ ନେବା ପରେ ୧୨ରୁ ୧୬ ସପ୍ତାହ ପରେ ଦ୍ୱିତୀୟ ଡୋଜ୍ ନିଆଯାଇପାରିବ ବୋଲି ମେ’ ୧୩ ତାରିଖରେ ଅନୁମତି ଦେଇଥିଲେ ସରକାର । ସେହିପରି କୋଭାକ୍ସିନ୍ ଟିକାର ପ୍ରଥମ ଡୋଜ୍ ନେବା ପରେ ୪ରୁ ୬ ସପ୍ତାହ ଭିତରେ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଉଛି । ସରକାରଙ୍କ ତଥ୍ୟ ଅନୁସାରେ ୧୨ କୋଟି ୮୦ ଲକ୍ଷ ଲୋକ ମେ’ ୨ ତାରିଖ ସୁଦ୍ଧା କୋଭିସିଲଡର ପ୍ରଥମ ଡୋଜ୍ ନେଇଥିଲେ । ଏମାନଙ୍କ ମଧ୍ୟରୁ ୧୧ କୋଟି ୨୦ ଲକ୍ଷ ଲୋକ ସେମାନଙ୍କ ଦ୍ୱିତୀୟ ଡୋଜ୍ ନେଇଛନ୍ତି । ୧ କୋଟିରୁ ଅଧିକ ବୟସ୍କ ବ୍ୟକ୍ତି ଅଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି, ସ୍ୱାସ୍ଥ୍ୟ ଓ ଆଗ ଧାଡିର କର୍ମକର୍ତା ଏବଂ ୪୫ ବର୍ଷରୁ ଅଧିକ ବ୍ୟକ୍ତି ।

Comments (0)
Add Comment