ଏମ୍ସ ନିର୍ଦ୍ଦେଶକ ଡାକ୍ତର ଆର. ଗୁଲେରିଆଙ୍କ ସତର୍କ ସୂଚନା । ବରମ୍ବାର ସିଟି ସ୍କାନ କରିବା ବିପଦପୂର୍ଣ୍ଣ ବୋଲି ଏମ୍ସ ନିର୍ଦ୍ଦେଶକ କହିଛନ୍ତି । ଦେଶରେ ଏବେ ପ୍ରତିଦିନ ଲକ୍ଷ ଲ କ୍ଷ ଲୋକ ଆକ୍ରାନ୍ତ ହେଉଛନ୍ତି । ରୋଗୀଙ୍କ ଠାରେ କରୋନାର ସାମାନ୍ୟଲକ୍ଷଣ ଥିଲେ ବି ସେମାନେ ସିଟି ସ୍କାନ କରୁଛନ୍ତି । ଯାହା ଶରୀର ପାଇଁ ବହୁ ବିପଦପୂର୍ଣ୍ଣ ବୋଲି କହିଛନ୍ତି ଗୁଲେରିଆ ।
ଗୁଲେରିଆ କହିଛନ୍ତି ଯେ ତଥ୍ୟରୁ ଜଣାପଡିଛି ଯେ ଲୋକମାନେ ପ୍ରତି ୩ଦିନରେ ସିଟି ସ୍କାନ କରୁଛନ୍ତି । ସାମାନ୍ୟ ଲକ୍ଷଣ ଥିଲେ ସିଟି ସ୍କାନ କଲେ କିଛି ଫାଇଦା ମିଳିବନି । ଥରେ ସିଟି ସ୍କାନ କରିବା ଅର୍ଥ ୩୦୦ ଥର ଛାତି ଏକ୍ସରେ କରିବା ସହ ସମାନ । ତେଣୁ ସିଟି ସ୍କାନ ଶରୀର ପାଇଁ କ୍ଷତିକାରକ । ଯଦି ଆପଣ ଠିକ ଅଛନ୍ତି ହେଲେ ସାମାନ୍ୟ ଲକ୍ଷଣ ଦେଖାଯାଉଛି, ତେବେ ଆପଣଙ୍କର ସିଟି ସ୍କାନ କରିବାର କୌଣସି ଆବଶ୍ୟକତା ନାହିଁ । ସୋମବାର କେନ୍ଦ୍ର ସରକାରଙ୍କ ପ୍ରେସ କନଫରେନ୍ସ ବେଳେ ଏହି ପ୍ରତିକ୍ରିୟା ଦେଇଥିଲେ ଡାକ୍ତର ଆର ଗୁଲେରିଆ ।
ଏହାସହ କହିଛନ୍ତି ଯେ ହୋମ ଆଇସୋଲେସନରେ ରହୁଥିବା ଲୋକମାନେ ନିଜ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ । ସାଚୁରେଶନ ୯୩ କିମ୍ବା ତା ତଳକୁ ହେଲେ, ଅଚେତ ଭଳି ଅବସ୍ଥା ହେଲେ, ଛାତିରେ ଯନ୍ତ୍ରଣା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ସହ ଯୋଗାେଯୋଗ କରନ୍ତୁ ।