ବାହାଘରରେ ଭୋଜି ନୁହେଁ ପାର୍ସଲ

ଏଥର ବାହାଘରରେ ଆଉ ଜମିବନି ଭୋଜିର ଆସର । ବିବାହରେ ଆସିଥିବା ଅତିଥିଙ୍କ ରୋଷେଇ ଖାଦ୍ୟ ନଦେଇ ଖାଦ୍ୟପୁଡିଆ ଦିଆଯିବ । ଏହା ସହ ବାହାଘରରେ କେବଳ ଶହେ ଲୋକ ସାମିଲ ହେବା ନିର୍ଦ୍ଦେଶ ଦିଆଯାଇଛି । କରୋନା ସଂକ୍ରମଣକୁ ନଜରରେ ରଖି କରୋନା କଟକଣାକୁ ଆହୁରି କଡ଼ାକଡ଼ି କଲା ଗଞ୍ଜାମ ପ୍ରଶାସନ । କୋଭିଡ୍ ସଂକ୍ରମଣ ବୃଦ୍ଧି ଆଶଙ୍କାରେ ନୂଆ ନିୟମ ଲାଗୁ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ।

ସାରା ରାଜ୍ୟରେ କରୋନା ସଂକ୍ରମଣ ଏବେ ବଢିବାରେ ଲାଗିଛି । ଯାହାକି ଚିନ୍ତାର ବିଷୟ ପାଲଟିଛି । ତେବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମଣକୁ ଦୃଷ୍ଟିରେ ରଖି କଠୋର ହୋଇଛି ଜିଲ୍ଲା ପ୍ରଶାସନ । ଏଣିକି ବାହାଘରରେ ଯୋଗ ଦେବାକୁ ଆସିଥିବା ଅତିଥି ସେଠାରେ ବସିକି ଖାଇପାରିବେ ନାହିଁ । ବରଂ ସେମାନଙ୍କୁ ଏଣିକି ପ୍ୟାକେଟ୍‌ ଖାଦ୍ୟ ଦିଆଯିବ । ଯଦି କେହି ନିୟମ ଉଲଂଘ୍ନ କରନ୍ତି ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ବାହାଘର ଉତ୍ସବରେ ୧୦୦ରୁ ଅଧିକ ଲୋକ ଯୋଗ ଦେଇପାରିବେନି ।

ସାମାଜିକ କାର୍ୟ୍ୟକ୍ରମରେ ସଂକ୍ରମଣ ବଢିବାର ଆଶଙ୍କା ଥିବାରୁ କରୋନା କଟକଣାକୁ ଅଧିକ କଡାକଡି କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ତେଣୁ ବିବାହ ଉତ୍ସବକୁ ନେଇ ସାନି ନିର୍ଦ୍ଦେଶନାମା ଜାରି କରିଛନ୍ତି । ସାମାନ୍ତବର୍ତ୍ତୀ ଜିଲ୍ଲାରେ ସଂକ୍ରମଣ ବଢୁଥିବାରୁ ପ୍ରଶାସନ ପକ୍ଷରୁ ଏ ଦିଗରେ ସଜାଗ ରହିବା ପାଇଁ ସମସ୍ତ ଅଧିକାରୀଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି । ଆଜି ଠାରୁ ୧୦ ଟି ଜିଲ୍ଲାରେ ରାତ୍ରିକାଳୀନ କର୍ଫ୍ୟୁ ଲାଗିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।

Comments (0)
Add Comment