ଆରପାରିରେ ପୂର୍ବତନ ବିଧାୟକ ଅରୁଣ ଦେ’

ପରଲୋକରେ ପୂର୍ବତନ ବିଧାୟକ ଅରୁଣ ଦେ। କରୋନାରେ ଚିକିତ୍ସାଧୀନ ଥିବାବେଳେ ଆଖିବୁଜିଲେ ଅରୁଣ । ୭୬ ବର୍ଷ ବୟସରେ ଅରୁଣ ଦେ’ଙ୍କ ପରଲୋକ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି ।

ବାଲେଶ୍ୱରରୁ ୫ ଥର ବିଧାୟକ ଭାବେ ଅରୁଣ ନିର୍ବାଚିତ ହୋଇଥିଲେ। ୩ଥର ଏନସିପିରୁ, ଥରେ ଓଜିପିରୁ ଓ ଥରେ ସ୍ୱାଧୀନ ଭାବେ ସେ ଜିତିଥିଲେ ।ଅରୁଣ ଦେ’ଙ୍କ ବିୟୋଗରେ ରାଜନୀତି ମହଲରେ ଖେଳିଗଲା ଶୋକର ଛାୟା । ବାମପନ୍ଥୀ ଚିନ୍ତାଧାର ସହ ଜଡ଼ିତ ଅରୁଣ ଦେ ୧୯୭୧ରେ ସିପିଆଇରେ ଯୋଗ ଦେଇଥିଲେ । ସିପିଆଇ ଦଳ ସହ ୧୯୯୪ ସହ ଜଡ଼ିତ ଥିଲେ । ସିପିଆଇ ପ୍ରାର୍ଥୀ ଭାବେ ସେ ତିନି ଥର ବାଲେଶ୍ୱର ବିଧାନସଭା କ୍ଷେତ୍ରରୁ ନିର୍ବାଚିତ ହୋଇଥିଲେ ।

୧୯୭୪, ୧୯୮୦ ଓ ୧୯୯୦ ମସିହାରେ ସେ ସିପିଆଇର ପ୍ରାର୍ଥୀ ଭାବରେ, ୧୯୯୫ ମସିହାରେ ସ୍ୱାଧୀନ ପ୍ରାର୍ଥୀ ଭାବରେ ଏବଂ ୨୦୦୪ ମସିହାରେ ଓଡ଼ିଶା ଗଣ ପରିଷଦର ପ୍ରାର୍ଥୀ ଭାବରେ ସେ ବାଲେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୭୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଅରୁଣ ସିପିଆଇର ପ୍ରାର୍ଥୀ ଭାବରେ ବାଲେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୧୯୭୪ ମସିହାରୁ ୧୯୭୭ ମସିହାଯାଏଁ କାର୍ୟ୍ୟ କରିଥିଲେ ।

Comments (0)
Add Comment