ଆଜି ରଙ୍ଗର ପର୍ବ ହୋଲି । ହୋଲି ପର୍ବକୁ ସବୁଠି ଆଡ଼ମ୍ବର ସହକାରେ ପାଳନ କରାଯାଇଥାଏ। ହେଲେ ଏଥର କୋଭିଡ କଟକଣା ଭିତରେ ହୋଲି ପାଳନ ହେଉଥିବା କାରଣରୁ ଲୋକଙ୍କ ଭିତରେ ସେତେଟା ଉତ୍ସାହ ପରିଲକ୍ଷିତ ହେଉନାହିଁ। କରୋନା ପାଇଁ ହୋଲି ଖେଳିବା ଉପରେ କଟକଣା ଜାରି କରିଛି ପ୍ରଶାସନ ।
କରୋନା ଯୋଗୁଁ ଚଳିତ ବର୍ଷ ବାହାରେ ହୋଲି ଖେଳିବା ଉପରେ କଟକଣା ଲଗାଯାଇଛି। ସର୍ବସାଧାରଣ ସ୍ଥାନରେ ହୋଲି ଖେଳିବା ଉପରେ କଟକଣା ଜାରି କରାଯାଇଛି । ଏଣୁ ଲେକେ କେବଳ ଘର ଭିତରେ ରହି ହୋଲି ପାଳନ କରିବା ପାଇଁ ବାଧ୍ୟ ହେଉଛନ୍ତି । ରାସ୍ତାରେ ବା ସର୍ବସାଧାରଣ ସ୍ଥାନରେ ହୋଲି ଖେଳାଯିବାର ଦେଖିବାକୁ ମିଳୁନାହିଁ।
ତେବେ ଏସବୁ ଭିତରେ ରାଜଧାନୀରେ ହୋଲି ପାଳନ ବେଳେ କଡା ନଜର ରଖିଛି କମିଶନରେଟ ପୁଲିସ । ମାଷ୍ଟର କ୍ୟାଂଟିନ ଛକରୁ ପିକେଟିଂ ଆରମ୍ଭ କରିଛି ପୋଲିସ । ଡିସିପି, ଏଡିପିସି, ଏସିପି, ଆଇଆଇସି ଓ ଷ୍ଟ୍ରାଇକିଙ୍ଗ ଫୋର୍ସକୁ ନେଇ ପିକେଟିଂ କରୁଛି ପୋଲିସ । ଅମାନିଆଙ୍କୁ ସାବାଡ କରିବା ସହ ଲୋକଙ୍କୁ ସଚେତନ କରାଯାଉଛି । କରୋନା କଟକଣା ଭିତରେ ହୋଲି ପାଳିବାକୁ ସରକାର ଦେଇଛନ୍ତି ପରାମର୍ଶ ।
ହୋଲି ଖେଳ ଯେପରି କରୋନା ଅଧିକ ବ୍ୟାପିବାର କାରଣ ନହେଉ । ସେଥିପାଇଁ ସମ୍ପୂର୍ଣ୍ଣ ସତର୍କତାର ସହ ଏବଂ ନିଜର ପରିବାର ବର୍ଗଙ୍କ ସହ ବାହାରକୁ ନ ଯାଇ ହୋଲି ପାଳିବାକୁ ପରାମର୍ଶ ଦିଆଯାଇଛି ।