କରୋନା ମହାମାରୀର ନିୟନ୍ତ୍ରଣ ପାଇଁ ଲକଡାଉନ ଜରୁରୀ ନୁହେଁ । ସ୍ଥାନୀୟ ଅବରୋଧ ଅଞ୍ଚଳ ବା ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଉପରେ ଗୁରୁତ୍ବ ଦେବାକୁ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଏକ ଭର୍ଚୁଆଲ ବୈଠକ କରି ଦେଶରେ କରୋନା ସ୍ଥିତିର ସମୀକ୍ଷା କରି କରୋନାର ଦ୍ୱିତୀୟ ଲହରୀର ମୁକାବିଲା କରିବାକୁ ଆମକୁ ପରୀକ୍ଷା ବଢାଇବାକୁ ପଡ଼ିବ, ମାଇକ୍ରୋ କଣ୍ଟେନମେଣ୍ଟ ଅଞ୍ଚଳ ଉପରେ ଗୁରୁତ୍ବ ଦେବାକୁ ପଡ଼ିବ ବୋଲି କହିଛନ୍ତି ।
କରୋନା ସଂକ୍ରମଣକୁ ରୋକିବା ପାଇଁ ନାଇଟ କର୍ଫ୍ୟୁ ଲଗାଇବାକୁ ହେବ। ନାଇଟ୍ କର୍ଫ୍ୟୁ ସଂକ୍ରମଣ ଚେନ୍ ଭାଙ୍ଗିବାର ଭଲ ଉପାୟ। ତେବେ ରାଜ୍ୟମାନେ ଏହି ନାଇଟ କର୍ଫ୍ୟୁର ନାଁକୁ ବଦଳାଇ ଏହକୁ କରୋନା କର୍ଫ୍ୟୁ ଭାବେ ନାମିତ କରନ୍ତୁ। ରାତି ୯ଟାରୁ ସକାଳ ୬ଟା ଯାଏ କର୍ଫ୍ୟୁ ଲାଗୁ କରିବା ଉପରେ ମୋଦି ଗୁରୁତ୍ୱାରୋପ କରିଛନ୍ତି । କରୋନା କର୍ଫ୍ୟୁ ଲାଗୁ କଲେ, ଲୋକେ ମହାମାରୀ ଏବେ ବି ରହିଛି ବୋଲି ଲୋକେ ଅନୁଭବ କରିବେ। ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିବା ବେଳେ ଏପରି ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ତେବେ ପୁଣିଥରେ ଦେଶରେ ଲକଡାଉନ ଓ ଶଟଡାଉନ ଲାଗୁ ହେବ ନାହିଁ ବୋଲି ମୋଦିଙ୍କ କଥାରୁ ସ୍ପଷ୍ଟ ହୋଇଛି। ସେ ଟ୍ରପିଲ ଟି- ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିଟମେଣ୍ଟ ଉପରେ ଗୁରୁତ୍ୱ ଦେବାକୁ ସବୁ ରାଜ୍ୟ ସରକାରମାନଙ୍କୁ କହିଛନ୍ତି।
ବୈଠକ ପରେ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି- କୋଭିଡ୍ ବିରୋଧରେ ପୁଣି ଯୁଦ୍ଧକାଳୀନ ଭିତ୍ତିରେ କାମ କରିବାର ଆବଶ୍ୟକତା ରହିଛି । ଆମେ ପାଖେ ଭଲ ଅନୁଭବ, ମାନବସମ୍ବଳ ଓ ଟିକା ଅଛି । କରୋନାର ଦ୍ୱିତୀୟ ଲହର ବିରୋଧରେ ଆମେ ଯୁଦ୍ଧ କରିବାର ଆବଶ୍ୟକତା ରହିଛି । ସଂକ୍ରମଣ ସଂଖ୍ୟା ବଢ଼ିଲେ ମଧ୍ୟ ଟେଷ୍ଟିଂ ବଢ଼ାଯିବା ଉଚିତ୍ । ମୃତ୍ୟୁହାର୍ କମ୍ ରହିବା ଉପରେ ସମସ୍ତେ ଧ୍ୟାନ ଦେବା ଦରକାର । ଏପ୍ରିଲ୍ ୧୧ରୁ ୧୪ ଯାଏ ଟିକା ଉତ୍ସବ ପାଳନ ପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି । ଏଥିସହ ସମସ୍ତେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବାକୁ ଅନୁରୋଧ କରିଛନ୍ତି ।