କେମିତି ଅଛନ୍ତି ସୌରଭ ଗାଙ୍ଗୁଲି?

କରୋନାରେ ସଂକ୍ରମିତ ହେବା ପରେ କେମିତି ଅଛି ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟବସ୍ଥା? କରୋନାରେ ସଂକ୍ରମିତ ହେବା ପରେ କୋଲକାତାର ଉଡଲ୍ୟାଣ୍ଡସ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ।ବୁଧବାର ହସ୍ପିଟାଲ ପକ୍ଷରୁ ଯେଉଁ ହେଲଥ୍ ବୁଲେଟିନ ଜାରି କରାଯାଇଛି ସେଥିରେ ଦର୍ଶାଯାଇଛି ଯେ, ସୌରଭ ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ରହିଛି ଏବଂ ପୂର୍ବପେକ୍ଷା ଅକ୍ସିଜେନ ଲେଭଲ ମଧ୍ୟ ବେଶ ଭଲ ରହିଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି ।
ହେଲଥ୍ ବୁଲେଟିନରେ କୁହାଯାଇଛି ଯେ, କରୋନାରେ ସଂକ୍ରମିତ ହୋଇଥିବା ଗାଙ୍ଗୁଲି ବୁଧବାର ଦିନ ପ୍ରାତଃ ଭୋଜନ କରିଥିବା କଥା ଉଲ୍ଲେଖ ରହିଛି । ଏହାବାଦ୍ ଗତ ସୋମବାର ଦିନ ତାଙ୍କୁ ଆଣ୍ଟିବଡି କକଟେଲ ଥେରାପି ଦିଆଯାଇଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି ।ଗାଙ୍ଗୁଲି ଟିକାର ୨ଟି ଡୋଜ୍ ନେଇଥିଲେ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି । ଅନେକ ଲୋକଙ୍କ ସହ ମିଳାମିଶା, ବିଦେଶ ଗସ୍ତ କାରଣରୁ ଗାଙ୍ଗୁଲି କରୋନାରେ ସଂକ୍ରମିତ ହୋଇଥିବା କୁହାଯାଉଛି । ଏହାପୂର୍ବରୁ ଗତ ଜାନୁଆରୀରେ ହାର୍ଟରେ ସମସ୍ୟା ଦେଖାଦେବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଗାଙ୍ଗୁଲି । ତେବେ ଆଞ୍ଜିଓପ୍ଲାଷ୍ଟି କରିବା ପରେ ଗାଙ୍ଗୁଲି ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ । ତେବେ କରୋନାରେ ସଂକ୍ରମିତ ହେବା ପରେ ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ଏକ ୩ ଜଣିଆ ଡାକ୍ତରୀ ଟିମ୍ ନଜର ରଖିଛନ୍ତି ।

Comments (0)
Add Comment