‘ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବାକୁ ଉଦ୍ୟମ କରାଯାଉଛି’

ଆଫଗାନିସ୍ତାନ ପ୍ରସଙ୍ଗରେ ସର୍ବଦଳୀୟ ବୈଠକ । ର୍ବଦଳୀୟ ବୈଠକରେ ଆଫଗାନିସ୍ଥାନ ସ୍ଥିତି ନେଇ ମାନସ ମନ୍ଥନ ହୋଇଛି । ସେଠାରେ କେତେ ଭାରତୀୟ ଫସିଛନ୍ତି । କେତେ ଜଣଙ୍କୁ କେବେ ଓ କେମିତି ଉଦ୍ଧାର କରାଯାଇଛି, ସେନେଇ ବୈଠକରେ ସୂଚନା ଦିଆଯାଇଛି ।
ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର ଆଫଗାନିସ୍ତାନ ସ୍ଥିତି ନେଇ ବିରୋଧୀ ଦଳଙ୍କୁ ସୂଚନା ଦେଇଛନ୍ତି । ଆଫଗାନିସ୍ତାନରେ ଫସି ରହିଥିବା ଲୋକଙ୍କୁ ସୁରକ୍ଷିତ ଭାରତ ଫେରାଇ ଆଣିବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ସର୍ବଦଳୀୟ ବୈଠକରେ କୁହାଯାଇଛି । ଏଚ୍. ଜୟଶଙ୍କର ବୈଠକରେ କହିଛନ୍ତି, ଆଫଗାନସ୍ତାନର ସ୍ଥିତି ବହୁତ ଖରାପ । ଏଥିସହ ୟୁଏସ, ଋଷିଆ ଓ ଚୀନ୍‌ ପକ୍ଷରୁ ନାଗରିକଙ୍କୁ ଉଦ୍ଧାର ପାଇଁ ହେଉଥିବା ଉଦ୍ୟମ ନେଇ ମଧ୍ୟ ଆଲୋଚନା ହୋଇଛି । ଅପରେସନ୍‌ ‘ଦେବୀ ଶକ୍ତି’ ଜରିଆରେ ଭାରତୀୟ ଓ ଆଫଗାନିସ୍ତାନ ନାଗରିକଙ୍କୁ ଭାରତ ଅଣାଯାଉଛି। ଏପର୍ୟ୍ୟନ୍ତ ୮ଶହରୁ ଅଧିକ ଲୋକଙ୍କୁ ଆଫଗାନିସ୍ତାନରୁ ଅଣାଯାଇଛି।
ଆଫଗାନିସ୍ତାନରେ ଭାରତ ବଡ ନିବେଶ କରିଛି । ପ୍ରାୟ ୨୨ ହଜାର କୋଟି ଟଙ୍କାର ଏକାଧିକ ପ୍ରକଳ୍ପ କରିଛି ଭାରତ । ସଲମା ଡ୍ୟାମ୍, ସଂସଦ ଭବନ ଓ ଜାତୀୟ ରାଜପଥରୁ ଆରମ୍ଭ କରି ସ୍କୁଲ, ହସ୍ପିଟାଲ ଓ ଲାଇବ୍ରେରୀ ପରି ଏକାଧିକ ପ୍ରକଳ୍ପ କରୁଛି ଭାରତ । ଏବେ ତାଲିବାନ କବ୍ଜା କରିବା ପରେ ଭାରତ ପାଇଁ ବଡ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି ।

Comments (0)
Add Comment