୩ ଦିନ ରହିବ ମେଘୁଆ ପାଗ

ଅବପାତର ରୂପ ନେଲା ଲଘୁଚାପ । କ୍ଷିଣ ପଶ୍ଚିମ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ଉତ୍ତର ତାମିଲନାଡୁ ଉପକୂଳରେ ଅବପାତ ରୂପ ନେଇଛି । ଏହାର ପ୍ରଭାବରେ ଅଗାମୀ ୨ ଦିନ ଓଡ଼ିଶାରେ ମେଘୁଆ ପାଗ ରହିବ ।
୨୧ରୁ ୨୨ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇପାରେ ବର୍ଷା ।ଆଜି ମାଲାକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି ଜିଲ୍ଲାରେ କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ୨୧ ଓ ୨୨ ନଭେମ୍ବରରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୨ ରୁ ୩ ଡ଼ିଗ୍ରୀ ଯାଏଁ ବଢିବ ରାତ୍ରି ତାପମାତ୍ରା , ୪ ଦିନ ଯାଏଁ ଶୀତର ବିଶେଷ ସମ୍ଭାବନା ନାହିଁ । ଆସନ୍ତାକାଲିଠାରୁ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରକୋପ ବୃଦ୍ଧି ପାଇବ। ଏହାବାଦ୍ ଲଘୁଚାପ ବର୍ଷା ଶେଷ ହେବା ପରେ ରାଜ୍ୟରେ ଶୀତର ପରିମାଣ ବଢିପାରେ ।

Comments (0)
Add Comment